କାଳବୈଶୀଖୀର ତାଣ୍ଡବ ଆଗରେ ହାର ମାନିଲେ ୧୪ ଗାଈ

ରାୟଗଡା: ବାତ୍ୟା ଫନି ପରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜୋରରେ ହେଉଥିବା ବେଳେ କାଳବୈଶାଖୀର ତାଣ୍ଡବ ମଧ୍ୟ ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଚାଞ୍ଚରାଗୁଡ଼ା ଗାଁ ନିକଟରେ ପଡ଼ିଆରେ କାଳବୈଶାଖୀର ପ୍ରକୋପରେ ହେଉଥିବା ବଜ୍ରପାତ ଚରୁଥିବା ଜୀବନ ନେଇଥିବା ସୂଚନା ମିଳିଛି । ହଠାତ ବଜ୍ରପାତ ପଡିଆରେ ଚରୁଥିବା ସମସ୍ତ ଗାଈଙ୍କ ଉପରେ ପଡିଥିଲା | ଫଳରେ ଘଣାସ୍ଥଳରେ ସମସ୍ତ ଗାଈ ମୃତ୍ୟୁବରଣ କରିଥିଲେ | ସ୍ଥାନୀୟ ଲୋକେ ପହଂଚି ଉଦ୍ଧାର କରିଥିଲେ ମଧ୍ୟ କେହି ଆଉ ବଞ୍ଚିନଥିଲେ |

୧୪ ଜିଲ୍ଲାରେ ଝଡ଼ବର୍ଷା ସହ ପବନ, ସତର୍କ କଲା ପାଣିପାଗ ବିଭାଗ