ପୁଣି ଶ୍ରୀଲଙ୍କାରେ ବିସ୍ପୋରଣ, ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ଏକ ଭୟଙ୍କର ସିରିଜ୍‌ ବୋମା ବିସ୍ଫୋରଣ ଘଟଣାରେ ଆଜି ତଦନ୍ତ ଚାଲିଥିବା ବେଳେ ପୁଣି ଆଉ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବାର ସୂଚନା ମିଳିଛି । ଗତକାଲି ଯେଉଁ ସେଣ୍ଟ ଆଣ୍ଟୋନୀ ଚର୍ଚ୍ଚ ମଧ୍ୟରେ ବିସ୍ଫୋରଣ ହୋଇଥିଲା ଆଜି ଏହାର ବାହାରେ ଛିଡ଼ା ହୋଇଥିବା ଏକ ଭ୍ୟାନ୍‌ରେ ବିସ୍ଫୋରଣ ହୋଇଥିବାର ଜଣା ପଡିଛି । ଏଯାଏ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ କିନ୍ତୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସୂଚନାନନୁଯାୟୀ, ରବିବାର ସିରିଜ ବିସ୍ଫୋରଣ ପରଠାରୁ ଚର୍ଚ୍ଚ ବାହାରେ ଏକ ଭ୍ୟାନ୍‌ ଛିଡ଼ା ହୋଇଥିଲା । ଏହାକୁ ଦେଖି ଲୋକମାନେ ଆଜି ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ବୋମା ନିଷ୍କ୍ରିୟ ସ୍କ୍ୱାଡ୍‌ ସହ ତୁରନ୍ତ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ କରିଥିଲା । ଏହି ସମୟରେ ଭ୍ୟାନ୍‌ରେ ୩ଟି ଜୀବନ୍ତ ବୋମା ଥିବା ଜଣାପଡ଼ିଥିଲା । ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ହଠାତ୍‌ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ସମଗ୍ର ଅଞ୍ଚଳ ଧୁଆଁ ମୟ ହେବା ସହ ଗାଡ଼ିରେ ନିଆଁ ଲାଗିଯାଇଥିଲା । କିନ୍ତୁ କ୍ଷୟକ୍ଷତି ସମ୍ପର୍କରେ ଏ ଯାଏ ଜଣାପଡ଼ିନାହିଁ । ତେବେ କିଏ ଏବଂ କାହିଁକି ଏପରି ସିରିୟଲ ବିସ୍ଫୋରଣ କରୁଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ |

ଶ୍ରୀଲଙ୍କାରେ ୮ମ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୩୫ ବିଦେଶୀ ନାଗରିକ