ସ୍ୱାମୀଙ୍କୁ ପଥରରେ ଛେଳି ହତ୍ୟା କଲା ନିଜ ସ୍ତ୍ରୀ

ଉଦଳା (ଓଏନଏ): ସାମାନ୍ୟ ବଚସା ପରେ ପାରିବାରିକ ଗଣ୍ଡଗୋଳକୁ ନେଇ ନିଜ ସ୍ୱାମୀକୁ ପଥରରେ ଛେଳି ହତ୍ୟା କରିଛି ସ୍ତ୍ରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମଝିଗଡ଼ିଆ ପଂଚାୟତ ମହୁଲପଙ୍ଖା ଗ୍ରାମରେ । ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ମଝିଗଡ଼ିଆ ପଂଚାୟତ ମହୁଲପଙ୍ଖା ଗ୍ରାମର ଟୁନା ବେସ୍ରା ଏବଂ ତାଙ୍କ ସ୍ତ୍ରୀ ଚମ୍ପା ବେସ୍ରା ଗ୍ରାମ ନିକଟସ୍ଥ ହାଟକୁ ସଉଦା ପାଇଁ ଯାଇଥିଲେ । ହାଟରୁ ଆସିବା ପରେ ସାମାନ୍ୟ କଥାକୁ ନେଇ ଦୁହିଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏପରି ହେଲା ଯେ, ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ସ୍ୱାମୀର ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇ ହୋଇଥିଲେ । ଶେଷରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଚମ୍ପା ସ୍ୱାମୀ ଟୁନାର ମୁଣ୍ଡକୁ ଏକ ପଥରରେ ଛେଳି ଦେଇଥିଲା । ଉଭୟ ଘରେ ପଡ଼ି ଛଟପଟ ହେଉଥିବା ସମୟରେ ପାଖ ପଡ଼ିଶା ଘଟଣା ସମ୍ପର୍କରେ ଜାଣି ଉଭୟଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଟୁନାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଚମ୍ପା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ କପ୍ତିପଦା ପୁଲିସ ଡାକ୍ତରଖାନାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣାରେ ଟୁନାଙ୍କୁ ଗିରଫ ଓ ଆଇଆଇସିଙ୍କୁ ନିଲମ୍ବନ କରିବାକୁ ବିଜେପିର ଦାବି