କଲରା ପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲୀକ ରେଞ୍ଜର ଅଂଳରେ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ଅଣ୍ଡିରା କଲରାପତିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ବାଘଟିକୁ ପ୍ରାୟ ୩ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଗତକାଲି ଦିନ ପ୍ରାୟ ୧୧ରେ ବାଘର ମୃତଦେହ ବନବିଭାଗ କର୍ମଚାରୀମାନେ ଠାବ କରିଥିଲେ । ବରିଷ୍ଠ ଅଧିକାରମାନେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ସେମାନଙ୍କ ଉପସ୍ଥତିରେ ବାଘର ବ୍ୟବଚ୍ଛେଦ କରାଯାଇଥିଲା । କିନ୍ତୁ କେଉଁ କାରଣରୁ ବାଘର ମୃତୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏହି କିଛିଦିନ ହେଲା ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଛେଣ୍ଡିପଦା ବନାଅଞ୍ଚଳରେ କଲୋନଇ ସଂରକ୍ଷିତ ଜଙ୍ଗଲରେ ରଙ୍ଗମାଟିଆ ଅଂଚଳରୁ ଗୋଟି ଅଣ୍ଡିରା କଲରାପତିଆ ବାଘର ମୃତଦେହ ଠାବ କରାଯାଇଥିଲା । ସେହପରି ଜାନୁଆରୀ ମାସରେ ପାଲଲହଡ଼ା ଅଞ୍ଚଳରେ ଏକ କଲାରାପତିଆ ବାଘର ମୃତଦେହ ଠାବ କରାଯାଇଥିଲା ।