ନବୀନବାବୁ ଆପଣ ବିଦା ହେବା ନିଶ୍ଚିନ୍ତ-ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଆସି ଆଜି ସିଧାସଳଖ ନବୀନଙ୍କ ନା ନେଇ କଡ଼ା ସମାଲୋଚନା କରିଛନ୍ତି । ନବୀନ ଆଉ ଓଡ଼ିଶାରେ କ୍ଷମତାରେ ରହିପାରିବେ ନାହିଁ । ଓଡ଼ିଶାର ବିକାଶ ସେ ହେଉଛନ୍ତି ବିରୋଧୀ । ନାରମାନଙ୍କୁ ନ୍ୟାୟ ମିଳୁନାହିଁ । ଓଡ଼ିଶରେ ହିଂସା ବ୍ୟାପି ଚାଲିଥିବବେଳେ ତାକୁ ଅଣଦେଖା କରାଯାଉଛି । ଏଭଳି ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି ମୋଦି ଆଜି ତାଙ୍କ ଶେଷ ପର୍ଯ୍ୟାୟ ନିର୍ବାଚନରେ ବର୍ଷିଛନ୍ତି ।
ଆଜି କେନ୍ଦ୍ରାପଡ଼ା ଜିଲ୍ଲାକୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପାଇଁ ଆସି ଜନ ସାଧାରଣଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମୁଁ ମର୍ଯ୍ୟାଦା ପାଳନ କରିଥିଲି । ନବୀନ ପଟ୍ଟନାୟଙ୍କୁ ସମାଲୋଚନା କରିବାରୁ ମୁଁ ନିବୃତ ରହିଥିଲି । ଏଥି ପାଇଁ ମୁଁ ଚାହୁଁଥିଲି କି ସେ ଓ଼ଡ଼ିଶାରେ ଏତେଦିନ ଧରି ସେବା କଲେଣି ତେଣୁ ତାଙ୍କର ବିଦାୟ ମଧ୍ୟ ସମ୍ମାନ ଜଣଙ୍କ ହେବା ଦରକାର । ଅପମାନିତ ହୋଇ ସେ ବିଦାୟ ନ ନିଅନ୍ତୁ । ତାଙ୍କ ଇଜ୍ଜତ ପାଇଁ ମୁଁ ଚୁପ ଥିଲି । ଆଉ ତାଙ୍କ ବିଦାୟାଟା ଭଲରେ ହଉ, ଏହା ମୁଁ ଚାହୁଁଥିଲି । କିନ୍ତୁ ଗତ ୧୦/୧୨ଦିନରେ ଯେଉଁଭଳି ଭାବରେ ପଶ୍ଚିମବଙ୍ଗ ଭଳି ହିଂସାର ଆଶ୍ରୟ ନିଆଯାଉଛି ଓ ତାଙ୍କର କିଛି ହାତ ଗଣତିି ଅଫିସର ଏହି ଖେଳ ଖେଳିବା ପାଇଁ ଆଖିରେ ପଟି ବାନ୍ଧି ବସିଛନ୍ତି । ନିର୍ବାଚନ ପ୍ରଚାରରେ ଶେଷଥର ପାଇଁ ଆସିଛି, ଏଣୁ ମୁଁ ତାଙ୍କୁ କହିବା ପାଇଁ ଚାହୁଁଛି, ନବୀନ ବାବୁ ଆପଣ ବିଦାୟ ନେଉଛନ୍ତି । ଆପଣଙ୍କର ଯିବା ନିଶ୍ଚିନ୍ତ । ଏହି ହାତ ଗଣତି ଅଫିସର ଆପଣଙ୍କୁ ବଚେଂଇ ପାରିବେ ନାହିଁ । ଓଡ଼ିଶାର ଲୋକମାନେ ଏବେ ରାଗର ସହ ଆପଣଙ୍କୁ ବିଦା କରିବାକୁ ଯାଉଛନ୍ତି ବୋଲି କହି ନବୀନଙ୍କୁ ମୋଦି ସର୍ତକ କରାଇଦେଇଛନ୍ତି ।
ମୋଦି କହିଛନ୍ତି ଏଠାରେ ବିଜେଡି ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି । ସେଥିପାଇଁ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରମଣ କରାଯାଉଛି । ଓଡ଼ିଶାରେ ବିଜେଡି ଯିବା ଓ ବିଜେପି ଆସିବା ନିଶ୍ଚିନ୍ତ । ଓଡ଼ିଶା ଲୋକେ ବିକାଶର ଡବଲ ଇଜିଂନ ଲଗାଇବାକୁ ଯାଉଛନ୍ତି । ଆଜିର ଯୁବ ସମାଜ ନବୀନଙ୍କୁ ଏ ପ୍ରଶ୍ନ ପଚାରୁଛନ୍ତି, ପିଢ଼ି ବିତିଗଲା କାହିଁକି ଚାକିରି ପାଇଁ ଆମକୁ ବାହାରକୁ ଯିବାକୁ ପଡ଼ୁଛି । କ’ଣ ପାଇ ଚାଷୀଙ୍କୁ ପାଣି ମିଳୁନି କୋଲ ଷ୍ଟେରେଜ ସୁବିଧା ନାହିଁ । ଏ ସରକାର ବିକାଶ କରିବା ଲକ୍ଷ୍ୟ ନୁହେଁ କେବଳ ଗୋଟିଏ ଲକ୍ଷ୍ୟ ହେଉଛି କ୍ଷମତା ଲକ୍ଷ୍ୟ । ଓଡ଼ିଶାର ବିକାଶ ହେଉକି ନ ହେଉ ଏମାନଙ୍କୁ କେବଳ ଭୋଟ ମିଳୁଥାଉ । ଓଡ଼ିଶାକୁ ସମୂଦ୍ର ଘେରି ରହିଛି ଓ ଏଠାରେ ବିକାଶର ପର୍ଯ୍ୟାପ୍ତ ସୁବିଧା ରହିଛି । ଓଡ଼ିଶାରେ ଶିଳ୍ପ ପାଇଁ ଅନୁକୂଳ ବାତାବରଣ ଅଛି । ଏଠାରେ ବ୍ରାହ୍ମଣୀରେ ୱାଟର-ୱେ ହେବାକୁ ଯାଉଛି । ବ୍ରାହ୍ମଣୀ ୱାଟର-ୱେ ପାରଦୀପ ଓ ଧାମରାକୁ ଯୋଡ଼ିବ । ଏହା ଦ୍ୱା ପର୍ଯ୍ୟଟନ ବିକଶ ସହ କୃଷକଙ୍କ ପାଇଁ ବହୁ ଲାଭ ମିଳିବ । ମତ୍ସଜୀବିଙ୍କୁ ବି ଲାଭ ହେବ । ସେମାନଙ୍କ ପାଇଁ ମନ୍ତ୍ରାଳୟ କରାଯିବ । ମତ୍ସଜୀବି ମାନଙ୍କୁ ପ୍ରଥମ ଥର ପାଇଁ କିଷାନ କେଡିଟ କାର୍ଡ ଦିଆଯାଉଛି । ପିଏମ କିଷାନ ଚାଷୀ ତାଲିକା ଓଡ଼ିଶା ସରକାର ଦେଉନାହଁନ୍ତି । ଏଠାକାର ସରକାର ଏମିତି ବିକାଶ ବିରୋଧୀ ଯେ ତାଲିକା ଦେଉନି ।
ମା’ ଭଉଣୀଙ୍କୁ ମାଗଣା ରନ୍ଧନ ଗ୍ୟାସ ଦେଇ ଜୀବନ ସରଳ କରିଛୁ । କିନ୍ତୁ ଓଡ଼ିଶାରେ ମା’ ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି ନ୍ୟାୟ ମିଳୁନି । ବିଜେପି ସରକାର ଆସିଲେ ମା’ ଭଉଣୀଙ୍କୁ ନ୍ୟାୟ ମିଳିବ । ଝିଅମାନଙ୍କ ପ୍ରତି ଦୁଷ୍କର୍ମ କରୁଥିବା ଦୋଷୀଙ୍କୁ ଫାସୀ ଦଣ୍ଡ ଦିଆଯିବ । ବିଜେପି ଆସିଲେ ଆୟିଷ୍ମାନ ଭାରତ ଲାଗୁକରାଯିବ । ନବୀନ ସରକାର ବିକାଶ ମଝିରେ ପାଚେରି ହୋଇ ଠିଆ ହୋଇଛି । ଏଭଳି ରାଜ୍ୟ ସରକାର ବଦଳିବା ଦରକାର ।
ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଭୋଟ ଦେଇ ଆସିଛି , ଭୋଟ ଦେବା ଏକ କର୍ତବ୍ୟ ଓ ସ୍ୱଭାଗ୍ୟ । ଦ୍ୱିତୀୟ ପର୍ଯ୍ୟାୟ ପରେ ଏଲହର ବିରୋଧୀଙ୍କ ପାଇଁ ଆହ୍ୱନ ପାଲଟିଛି । ଏ ଲହର ନୁହେଁ ଆହ୍ୱାନ । ପୁଣି ଆଉଥରେ ମୋଦି ସରକାର ଆସୁଛନ୍ତି । ଗତଥର ଏଭଲ ପାଇବା ମୋତେ ମିଳି ନଥିଲା, ଯାହା ଏଥର ମିଳିଛି । ଓଡ଼ିଶରେ ଏଥର ନିର୍ବାଚନ ପ୍ରଚାରରେ ଆଜି ମୋର ଶେଷ ଦିନ, ।ଏହା ପରେ ନୂଆ ସରକାର ହେଲେ ପୁଣି ଆସିବି ।ଓଡ଼ିଶାର ନେତାଙ୍କ ଠାରୁ ଜନତା ଅଧିକ ଚାଲାକ । ସୁରତ କିଛଇ ଓଡ଼ିଆ ଲୋକଙ୍କୁ ଭେଟିଥିଲ ।ସେମାନେ ଠାରରେ ବୁଝାଇଦେଇଥିଲେଯ, ଏଥର ବି ବିଜେପି ସରକାର ଆସିବ । ୫ବର୍ଷର ଶାସନ କାଳରେ ଗୋଟିଏ ବି ଭ୍ରଷ୍ଟା ଚାରର ଦାଗ ଲାଗିନି । ଯେଉଁମାନେ ମିଛ ଆରୋପ ଲାଗାଇଥିଲେ ଏବେ ସେମାନେ କାଠ ଗଡ଼ାରେ ପସିଛନ୍ତି । ଗତ ୫ବର୍ଷ ମୋ କାମ ଦେଖିଛନ୍ତି ଓ ମୋ ସରକାର କାମ ଦେଖିଛନ୍ତି । ଆପଣଙ୍କ ଭଲ ପାଇବା ଦେଖି ଏ ବିଜେଡି ବାଲାଙ୍କ ନିଦ ଉଡିଗଲାଣି । ସରକାରଙ୍କ କାର୍ଯ୍ୟ ଉପରେ ଚର୍ଚ୍ଚା କରିବାକୁ ବିରୋଧୀଙ୍କ ତାକତ ନାହିଁ । ସେଥିପାଇଁ ବିରୋଧୀମାନେ ମୋତେ ସମାଲୋଚନା କରୁଛନ୍ତି ବୋଲି ମୋଦି କହିଛନ୍ତି ।