ଏହି ବଲିଉଡ କଳାକାର ମାନେ ଦେଇପାରିବେ ନାହିଁ ଭୋଟ, କାହିଁକି ଜାଣନ୍ତୁ ଏହି ଖବରରୁ….

ନୂଆଦିଲ୍ଲୀ: ବଲିଉଡ ଏପରି ଏକ ସ୍ଥାନ ଯେଉଁଠି କି ଯିଏ ଥରେ ପାଦ ଦିଏ ତାକୁ ଲୋକେ ତାକୁ କେବେ ଭୁଲି ପାରନ୍ତି ନାହିଁ । ପ୍ରତ୍ୟେକ ଅଭିନେତା ଓ ଅଭିନେତ୍ରୀ ଏଠାକୁ ଆସି ନିଜ ନିଜର ସ୍ଥାନ ବଜାୟ ରଖିବା ସହ ନିଜକୁ ଏକ ସ୍ୱତନ୍ତ୍ରୀ ସ୍ଥାନରେ ରଖନ୍ତି । ତେବେ ବଲିଉଡରେ ନିଜକୁ ପରିଚିତ କରିବା ସଦ ଦର୍ଶକଙ୍କ ମନରେ ଘର କରିବାକୁ କେହି କେବେ ପଛାନ୍ତିି ନାହିଁ । ତେବେ ଏପରି ପରିସ୍ଥିତିରେ ଆମେ ଆଜି ଆପଣଙ୍କୁ କିଛି ଏପରି କଳାକାରଙ୍କ ବିଷୟରେ ଜଣାଇବୁ ଯିଏ ଭାରତୀୟ ହୋଇ ମଧ୍ୟ ନିର୍ନାଚନରେ ସାମିଲ ହୋଇପାରୁନାହାଁନ୍ତି ।
କହିବାର ଅର୍ଥାତ୍ ବ୍ତ୍ତମାନ ନିର୍ବାଚନ ଚାଲିଥିବା ବେଳେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଭାରତରେ ରହି ଅନେକ ସୁନାମ ଅର୍ଜି ଥିବା ବେଳେ ବା ନିଜେ ଭାରତୀୟ ହୋଇଥିଲେ ମଧ୍ୟ ସେ ନିର୍ବାଚନରୁ ବର୍ତ୍ତୁଛନ୍ତି । ତେବେ ସମ୍ପୃକ୍ତ କାରଣ କଣ ବା କାହିଁକି ଏମାନେ ନିର୍ବାଚନରେ ସାମିଲ ହୋଇପାରିବେ ନାହିଁ ଆସନ୍ତୁ ଜାଣିବା…
ଅକ୍ଷୟ କୁମାର- ଅକ୍ଷୟ କୁମାରଙ୍କ ଜନ୍ମ ପଞ୍ଜାବ ଅମୁତସରରେ, ତାଙ୍କ ବାପା ଜଣେ ଆର୍ମି ଅଫିସର ଥିଲେ । କିନ୍ତୁ ଆକ୍ଷୟଙ୍କୁ ସମ୍ମାନ ସବରୂପ କାନାଡାର ‘ୟୁନିଭରସିଟି ଅଫ ଓ୍ବିଣ୍ଡସର’ ରୁ ଡକ୍ଟରେଟ ଦିଆଯାଇଛି । ଏହାପରେ ତାଙ୍କୁ କାନାଡାର ଅନରାରୀ ସିଟିଜେନସିପ ମଧ୍ୟ ମିଳିଛି । ସେଥିପାଇଁ ଅକ୍ଷୟଙ୍କ ଭାରତରେ ପହିଥିଲେ ମଧ୍ୟ ବି ଭୋଟ ଦେଇପାରିବେ ନାହିଁ । କାରଣ ଭାରତ ଏକ ସମୟରେ ଦୁଇ ଦେଶର ନାଗରିକତାକୁ ସମ୍ମାନ ଦେଉ ନଥିବାରୁ ଅକ୍ଷୟ କୁମାର ଭାରତର ନାଗରିକତା ହରାଇଛନ୍ତି ।
୨. ଦୀପିକା ପାଦୁକୋନ- ଦୀପିକା ପାଦୁକୋନଙ୍କ ଜନ୍ମ ୧୯୮୬ ମସିହା ଡେନମାର୍କର କୋପେମହେଗନରେ ହୋଇଥିଲା । ଜନ୍ମ ହେବାର ବର୍ଷକ ପରେ ହିଁ ସେ ତାଙ୍କ ପରିବାର ସହିତ ବେଙ୍ଗାଲୁରୁ ଚାଲି ଆସିଥିଲେ । ତେଣୁ ଦୀପିକା ଭାରତରେ ରହୁଥିଲେ ବି ତାଙ୍କ ପାଖରେ ଡେନମାର୍କର ପାସପୋର୍ଟ ରହିଥିବାରୁ ସେ ଭାରତର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ।
୩. କ୍ୟାଟ୍ରିନା କୈଫ- ହଂକଂରେ ଜନ୍ମ ହୋଇଛନ୍ତି କୈଟ୍ରିନା କୈଫ । ତାଙ୍କ ବାପା କ୍ଶ୍ମୀରର ଜଣେ ବ୍ୟବସାୟୀ ଏବଂ ତାଙ୍କ ମାଆ ଜଣେ ଓକିଲ ଏବଂ ସାମାଜିକ କର୍ମୀ ମଧ୍ୟ । ୧୪ ବର୍ଷ ପରେ କ୍ୟାଟ୍ରିନା ଏକ ବ୍ୟୁଟି କଣ୍ଟଷ୍ଟରେ ଭାଗ ନେଇ ମଡଲିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଭାରତ ଆସି ବଲିଉଡରେ ମଧ୍ୟ ସଫଳତା ହାସଲ କରିଥିଲେ । ହେଲେ ତାଙ୍କ ପାଖରେ ଇଂଲଣ୍ଡର ପସପୋର୍ଟ ରହିଥିବାରୁ ସେ ମଧ୍ୟଟ ଭହାରତରେ ଭୋଟ ଦେଇପାରିବେ ନାହିଁ ।
୪. ଜ୍ୟାକଲିନ ଫର୍ଣ୍ଣାଡିଜ- ଜ୍ୟାକଲିନ ମଧ୍ୟ ଭାରତରର ନିର୍ବାଚନ ଭୋଟ ଦୋଇପାରିବେ ନାହିଁ । କାରଣ ତାଙ୍କର ଜନ୍ମ ବାହାରିନର ମନାମାରେ ୧୯୮୫ ମସିହାରେ ହୋଇଛି । ୨୦୦୬ରେ ମିସ ୟୁନିଭର୍ସ ଶ୍ରୀଲଙ୍କା ହେବା ପରେ ସେ ପ୍ରଥମ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ ।
୫ ଆଲିଆ ଭଟ୍ଟ- ଆଲିଆ ଭଟ୍ଟ ଜନ୍ମ ହୋଇଚନ୍ତି ମୁମ୍ବାଇରେ, ତାଙ୍କ ବାପା ମହେଶ ଭଟ୍ଟ ଗୁଡୁରାଟର ବାସିନ୍ଦା । କିନ୍ତୁ ତାଙ୍କ ମାଆ ସୋନି ରାଜଦାନ ବର୍ମିଂହୋମରେ ଜନ୍ମ ହୋଇଥିଲେ । ସେହି କାରଣରୁ ଆଲିଆଙ୍କ ପାଖରେ ବ୍ରିଟେନର ନାଗରିକତା ରହିଛି । ତେଣୁ ସେ ମଧ୍ୟ ଭାରତରେ ଭୋଟ ଦେଇପାରିବେ ନାହିଁ ।

ଐଶ୍ୱର୍ଯ୍ୟାଙ୍କ ହାତରେ ଉଭୟ ବଲିଉଡ ଓ ହଲିଉଡ ଫିଲ୍ମର ଅଫର, ଖୁବଶୀଘ୍ର ସ୍ୱାମୀଙ୍କ ସହ ଆସୁଛି‘ଗୁଲାବୋ’ ଫିଲ୍ମ..