ସତ୍ୟା ଚରିତ୍ରକୁ ନେଇ ସୋନାକ୍ଷୀ ବହୁତ ଖୁସି

Indian Bollywood actress Sonakshi Sinha attends the announcement for the 61st Britannia Filmfare Awards 2015 in Mumbai on January 4, 2016. AFP PHOTO / AFP / STR (Photo credit should read STR/AFP/Getty Images)

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଫିଲ୍ମ ‘କଳଙ୍କ’ ରିଲିଜ ହୋଇସାରିଛି । ଏହି ଫିଲ୍ମରେ ସେ ସତ୍ୟା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ।ଦେଖିାକୁ ମିଳୁଛି ଏଥିପାଇଁ ତାଙ୍କୁୂ ଏବେ ମିଳୁଛି ବେଶ୍ ପ୍ରଶଂସା ଏବଂ ତାରିଫ୍ ।ଏହାକୁ ନେଇ ସୋନା ବି ବେଶ୍ ଖୁସି ଅଛନ୍ତି । ଦର୍ଶକଙ୍କୁ ଧନ୍ୟବାଦ ଦେଇ ସେ ସହ କହିଛନ୍ତି, ସତ୍ୟା ଚରିତ୍ର ନିର୍ବାହ କରିବା ତାଙ୍କ ପାଇଁ ଏପର୍ଯ୍ୟନ୍ତର ସବୁଠୁ ଭଲ ଅନୁଭବ ରହିଛି । ଅଭିଷେକ ବର୍ମନଙ୍କପିରିୟଡ ଡ୍ରାମା ଫିଲ୍ମ ‘କଳଙ୍କ’ରେ ସୋନାଙ୍କ ସହ ଆଦିତ୍ୟ ରଏକପୁୂର ଅଛନ୍ତି । ଦୁହିଁଙ୍କ କେମିଷ୍ଟ୍ରିକୁ ମଧ୍ୟ ବେଶ୍ ପସନ୍ଦ କରାଯାଇଛି ।ସୋନା କହିଛନ୍ତି, ଅନେକ ଦିନରୁ ଏଭଳି ଏକ ଚରିତ୍ରର ଅପକ୍ଷୋରେ ଥିଲେ । ଯାହା ତାଙ୍କୁ ଅଭିନେତ୍ରୀର ପ୍ରକୃତ ପଦବାଚ୍ୟକରିପାରିବ । ଏବେ ଭାବୁଛନ୍ତି ସତ୍ୟା ଚରିତ୍ର ତାଙ୍କ ଆଶା ପୂରଣକରିପାରିଛି । ଏହା ଏଭଳି ଏକ ଚରିତ୍ର ଯାହା ମରଣ ସହ ସଂଗ୍ରାମକରୁଛି ଏବଂ ଖୁବ୍ ଯନ୍ତ୍ରଣାରେ ରହୁଛି । ଏ ଚରିତ୍ର ନିର୍ବାହ ଏତେସହଜ କଥା ନଥିଲା ତାଙ୍କ ପାଇଁ । ଅଭିଷେକ ସୋନାଙ୍କ ଭିତରେଥିବା ଭୟକୁ କାଢ଼ି ଚରିତ୍ରର ପ୍ରକୃତ ମର୍ମକୁ ବୁଝାଇବାରେସଫଳ ହୋଇଥିଲେ । କହିରଖୁଛୁ, ‘କଳଙ୍କ’ ବକ୍ସ ଅଫିସ୍ରେପାଞ୍ଚ ଦିନ ମଧ୍ୟରେ ବେଶ୍ ଭଲ ପ୍ରଦର୍ଶନ କରିପାରିଛି ।ଏହାପରେ ସୋନାଙ୍କ ହାତରେ ଆହୁରି ଅନେକ ଫିଲ୍ମରହିଛି । ତନ୍ମଧ୍ୟରେ ‘ମିଶନ୍ ମଙ୍ଗଲ’; ଯେଉଁଥିରେ ସେଜଣେ ମହାକାଶଚାରୀ ବୈଜ୍ଞାନିକ ଭୂମିକା ନିର୍ବାହକରୁଛନ୍ତି ।