ପପୁଙ୍କ ଆଗାମୀ ଫିଲ୍ମରେ ହିରୋଇନ ହେବେ ରବିନା ଟଣ୍ଡନ, ଦେଖନ୍ତୁ ଏହି ଖବରରୁ….

ଭୁବନେଶ୍ୱର: ଏକା ସାଙ୍ଗରେ ଜଣେ ଡ୍ୟାନ୍ସର, ସିଙ୍ଗର, କମେଡିଆନ୍ ଓ ନିର୍ଦ୍ଦେଶକ ଭାବେ ନାମ ଅର୍ଜନ କରିଥିବା କଳାକାର ହେଉଛନ୍ତି ଓଲିଉଡ ଷ୍ଟାର ତତ୍ୱ ପ୍ରକାଶ ତ୍ରୀପାଠୀ ବା ପପୁ ପମପମ୍ । ପପୁ ପମପମ୍ ନାମ ହିଁ ତାଙ୍କର ଏକ ବଡ ପରିଚୟ । ତେବେ ସେ ଓଲିଉଡରେ ପାଦ ଥାପିବା ପରଠାରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦର୍ଶକଙ୍କ ମନରେ ଏକ ଛାୟା ଛାଡିଛନ୍ତି । ତାଙ୍କ ନାମ ହିଁ ଯଥେଷ୍ଟ ଜଣଙ୍କୁ ହସେଇବା ଲାଗି । ତେବେ ସେ ନିଜ କମେଡି ଲାଗି ଯେତିକି ପ୍ରଶଂସା ସାଉଣ୍ଟିଥିଲେ ସେତିକି କାଷ୍ଟିକାଉଚ ଭଳି ବିବାଦରେ ଫସି ହରାଇ ଦେଇଥିଲେ । ତେବେ ସତ ଯାହା ହେଉକି ନାହିଁ, ସେ ନିଜ ଜୀବନରେ ଅନେକ ତଳ ଉପର ପାହାଚ ଡେଇଁ ବର୍ତ୍ତମାନ ପୁଣି ଥରେ ଓଲିଉଡରେ ଛାୟା ବିସ୍ତାର କରୁଥିବାର ଦେଖିବାକୁ ମିଳୁଛି ।
ସେ କିଛି ଦିନ ପୂର୍ବରୁ ଏକ ଓଲିଉଡ ଫିଲ୍ମ “ଚିରକୁଟ”କୁ ନିର୍ଦ୍ଦେଶନା ଦେଇ ଖୁବ ପ୍ରଶଂସା ସାଉଣ୍ଟି ଥିବାର ଦେଖିବାକୁ ମିଳିଛି । ସେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହୀ ଥିବା ବେଳେ ତାଙ୍କୁ ମିଳିଥିବା ପ୍ରଶଂସାକୁ ନେଇ ସେ ଆଜି ନିଜେ ପ୍ରତିକ୍ରିୟା ଦେଇତିଲେ ô ସେ କହିଥିଲେ, ମୁଁ ଯାହା କିଛି ବି ଆଜି ସବୁ ଦର୍ଶକଙ୍କ ଲାଗି । ଦର୍ଶକ ମୋ କମେଡିକୁ ଯେତିକି ଭଲ ପାଉଛନ୍ତି ସେତିକି ମୋ ଫିଲ୍ମକୁ ବି ପସନ୍ଦ କରୁଛନ୍ତି । ତେବେ ଦୁଃଖର କଥା କି ଯେତେବେଳେ ମୋ ଦର୍ଶକଙ୍କ ମୋର ଦରକାର ଥିଲା ସେତିକି ବେଳେ ସେମାନେ କେଉଁଠି ନା କେଉଁଟି ମୋ ହାତ ଛାଡି ଦେଇଥିବାର ମୋତେ ଲାଗିଥିଲା । କାରଣ କେହି ଜଣେ ମୋ ଶୁଭଚନ୍ତିକ ଫେକ ଆଇଡି କରି ମୋର ମୃତ୍ୟୁକୁ ନେଇ ମିଛରେ ଭାଇରାଲ କରିଥିଲା । ତେବେ ଏହି ଘଟଣା ସମ୍ପୂଣ୍ଣ ମିଛ ହୋଇଥିଲେ ବି ପ୍ରାୟ ୨ କୋଟି ଲୋକ ଏହାକୁ ଦେଖି ଭାଇରାଲ କରିଥିଲେ । ଯାହା ମୋତେ ବଞ୍ଚିଥାଉ ଥାଉ ମାରି ଦେଇଥିଲା । ତେବେ ଘଟଣା ଧିରେ ଦିରେ ଶାନ୍ତ ହେବା ପରେ ପ୍ରକୃତ କଥା ପଦାକୁ ଆସିଥିଲା ।
ତେବେ ବର୍ତ୍ତମାନ ଚିରକୁଟ ଫିଲ୍ମ ପରେ ସେ ନିଜ ଉପରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଯେଉଁଥିରେ ସେ ନିଜେ ହିରୋ ହେଉଥିବା ବେଳେ ବଲିଉଡ ହିରୋଇନ ରବିନା ଟଣ୍ଡନ ହିରୋଇନ ହେବେ ବୋଲି ପପୁ ନିଜେ ଏକା ସାକ୍ଷାତକାରରେ କହିଛନ୍ତି । ତେବେ ସେ କୌଣସି ଓଡିଆ ହିରୋଇନ ନିଜ ସହ ନେବାକୁ ସିଧା ମନା କରିଦେଇଛନ୍ତି । ସେ କହିଛନ୍ତି ଯେଉଁଠି ରବିନା ଟଣ୍ଡନ ତାଙ୍କ ସହ ଫିଲ୍ମ କରିବାକୁ ରାଜି ଅଛନ୍ତି ସେଠି ଓଡିଆ ହିରୋଇନଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ସେପଟେ ତାଙ୍କ ଆଗାମୀ ଫିଲ୍ମ ସେ ମେ ମାସରୁ ଆରମ୍ଭ କରିବେ ବୋଲି କହିଛନ୍ତି । କାରଣ ବର୍ତ୍ତମାନ ରବିନା ନିର୍ବାଚନ ପ୍ରଚାର ଲାଗି ବ୍ୟସ୍ତ ଅଛନ୍ତି । ତାଙ୍କୁ ଫୁରସତ ମିଳିଲେ ସେ ମେ ମାସରୁ ଆରମ୍ଭ କରିବେ ବୋଲି କହିଛନ୍ତି ।

‘ରାତ୍ ଅକେଲି ହୈ’ରେ ଆସୁଛନ୍ତି ରାଧିକା ଏବଂ ନୱାଜୁଦ୍ଦିନ