ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପୋଲିଂ ସୁପରଭାଇଜରଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ

ଭୁବନେଶ୍ୱର: ନିର୍ବାଚନ ବର୍ଜନ କରିବା ଲାଗି ମାଓବାଦୀଙ୍କ ପକ୍ଷରୁ ଅନେକ ଥର ଧମକ ମିଳିଥିବା ପରେ ମଧ୍ୟ କୌଣସି ନା କୌଣସି ଜରିଆରେ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା | ତେବେ ମାଓବାଦୀଙ୍କ ଚେତାବନୀକୁ ଖାତିର ନକରି ପ୍ରଶାସନ ନିର୍ବାଚନକୁ ଆଗେଇ ନେୁଥିଲା | ତେବେ ଏହି ପରିପେକ୍ଷରେ ଆଜି ନିର୍ବାଚନ ଥିବାରୁ କନ୍ଧମାଳକୁ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗଲଙ୍କ ଗାଡିକୁ ମାଓବାଦୀ ଆକ୍ରମଣ କରିଥିଲେ | ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ତାଙ୍କ ମୃତ୍ୟୁ ହେବା ପରେ ଭାରତୀୟ ନିର୍ବାଚନ କମିସନଙ୍କ ବ୍ୟବସ୍ଥା ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କର୍ତ୍ତବ୍ୟ ସଂପାଦନ କରିବା ସମୟରେ ପୋଲିଂ ସୁପରଭାଇଜର ମୃତ୍ୟୁବରଣ କରିଥିବାରୁ ତାଙ୍କୁ ନିୟମ ମୁତାବକ ଅନ୍ୟୁନ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ତାଙ୍କର ନକଟତମ ସଂପର୍କୀୟଙ୍କୁ ଏହି ଅର୍ଥ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ