ଅହମ୍ମଦାବାଦରେ ଭୋଟ ଦେଲେ ମୋଦି

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ହେଉଛି । ସାରା ଦେଶର ୧୧୭ଟି ଆନରେ ମତଦାନ କରାଯାଉଛି । ୧୫ଟି ରାଜ୍ୟରେ ଆଜି ମତଦାନ ହେଉଛି । ସବୁଠାରୁ ବଡ଼ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ଦେବା ପାଇଁ ଗୁରୁରାଟର ଅହମ୍ମଦାବାଦରେ ପହଂଚିଛନ୍ତି । ମୋଦି ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଂଚି ଭୋଟ ଦେଇଛନ୍ତି । ପ୍ରଥମେ ମୋଦି ନିଜ ମା’ଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ନିଜ ହାତରେ ମାଙ୍କ ଖୁଆଇ କିଛି ସମୟ ମା’ଙ୍କ ସହ ଆଲୋଚନା କରି ଭୋଟ ଦେବାକୁ ବାହାରିଥିଲେ । ମୋଦିଙ୍କୁ ଦେଖି ସେଠାରେ ଲୋକଙ୍କ ଭିତରେ ଉତ୍ସାହ ଭରିଯାଇଥିଲା । ସେଠାରେ ମଧ୍ୟ ଦଳର କିଛି ନେତା ତାଙ୍କୁ ଭେଥିଲେ । ଆହୁରି ମଧ୍ୟ ଭାରତୀୟ ଜନତାପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେ ମଧ୍ୟ ଅହମ୍ମଦାବାଦର ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଜର ମତଦାନ କରିଛନ୍ତି ।

ଜୟଙ୍କ ମୁଣ୍ଡରେ ନବୀନ ଲଗାଇଥିବା କଳଙ୍କକୁ ଗୋଏଲଙ୍କ ଧୋଇବାକୁ ଉଦ୍ୟମ