ବୁଥରେ ଟଳି ପଡ଼ିଲେ ପୋଲିଂ ଅଫିସର

ଭୁବନେଶ୍ୱର (ଓଏନଏ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଂଚଳ ପରଜଙ୍ଗ ୪୧ନମ୍ବର ବୁଥରେ ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ପୋଲିଂ ଅଫିସର ହେଲେ ନବକିଶୋର ନାୟକ । ସେ କାର୍ଯ୍ୟରତ ଥିବା ସମୟରେ ଟଳିପଡ଼ିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ କାମାକ୍ଷାନଗର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇଭିଏମର ଅଭାବନୀୟ ପରିସ୍ଥିତି, କେଉଁଠି ଅଚଳତ, କେଉଁଠି ତ୍ରୁଟି