ସୁନ୍ଦରଗଡ଼ରେ ଜୁଏଲଙ୍କୁ ଟାର୍ଗେଟ କଲେ ନବୀନ

ସୁନ୍ଦରଗଡ଼: ବିଜେଡି ସୁପ୍ରିମୋ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପୁରା ଆକ୍ରମାଣା ମୁଡ଼୍ରେ ରହିଛନ୍ତି । ତାଙ୍କର ଗୋଟିଏ ଟାର୍ଗେଟ ହେଉଛି ବିଜେପି । ବିଜେପିକୁ କୌଣସି ପରିସ୍ଥିତିରେ ଖୋଲା ଛାଡିଦେବା ପାଇଁ ଚାହୁଁ ନାହାଁନ୍ତି । ବୁଧବାର ଏଠାରେ ପ୍ରଚାର କରୁଥିବା ଆସିଥିବାବେଳ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଜୁଏଲଙ୍କ ନା ନେଇ ନବୀନ ପ୍ରଶ୍ନ କରିଛନ୍ତି । ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ କଥା କୋଇଲା ରୟାଲକୁ ଆରମ୍ଭ କରି ବିଭିନ୍ନ ପ୍ରଶଙ୍ଗରେ ନବୀନ କେନ୍ଦ୍ରକୁ ତାଙ୍କର ନିଶାନ୍ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ହେମଗିରି ଠାରେ ନିର୍ବାଚନୀ ଭାଷଣରେ କହିଥିଲେ ସୁନ୍ଦରଗଡ଼ରୁ ଜଣେ କେନ୍ଦ୍ର କ୍ୟାବିନେଟ୍ରେ ମନ୍ତ୍ରୀ ଅଛନ୍ତି । ଅଥଚ ସେ ସୁନ୍ଦରଗଡ଼ ବାସୀଙ୍କ ପାଇ ସେ କିଛି ହେଲେ କରି ନାହାଁନ୍ତି । ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଓ ସୁପରସ୍ପେଷାଲିଟ୍ ହସ୍ପିଟାଲ ପାଇଁ ଦିର୍ଘଦିନ ହେଲା ଦାବୀ ହୋଇ ଆସୁଛି । ହେଲେ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ସୁନ୍ଦରଗଡ଼ରୁ କମ୍ପାନୀ ଲାଭବାନ ହେଉଛନ୍ତି । କୋଇଲାରୁ ହଜାର ହଜାର କୋଟି ଟଙ୍କା କେନ୍ଦ୍ର ସରକାର ନେଉଛନ୍ତି । ସୁନ୍ଦରଗଡ଼ ବାସୀ କେବଳ ଧୁଳି ଧୂଆଁ ଓ ପ୍ରଦୂଷଣ ପାଉଛନ୍ତି । ସୁନ୍ଦରଗଡ଼ ବାସୀଙ୍କ ପାଇଁ ବିଜେଡି ସରକାର ୫ବର୍ଷରେ କିଛି କରି ନାହଁନ୍ତି ।
ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ବାସୀଙ୍କ ମନ ଜିଣିବା ପାଇଁ କହିଥିଲେ, ସୁନ୍ଦରଗଡ଼ ହେଉଛି ହକିର ଜନ୍ମଭୂମି । ଏହି ଅଞ୍ଚଳକୁ ହକିର ଗଡ଼ମଧ୍ୟ ବୋଲି କୁହାଯାଏ । ସମଗ୍ର ଦେଶରେ ହକି ପାଇଁ ସୁନ୍ଦରଗଡ଼ ଭିନ୍ନ ପରିଚୟ ସୃଷ୍ଟି କରିପାରଛି । ସେଥିପାଇଁ ରାଜ୍ୟ ସରକାର ଓଡ଼ିଶରେ ହକି ବିଶ୍ୱକପ୍ର ଆୟୋଜନ କରିଥିଲେ । ହେଲେ କେନ୍ଦ୍ର ସରକାର ସୁନ୍ଦଗଡ଼ର ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଏଯାଏଁ କିଛି କରି ନାହାଁନ୍ତି ବୋଲି ନବୀନ କହିଛନ୍ତି ।