ଧରାକୋଟ ସଭାରେ ବିଜେପି-କଂଗ୍ରେସକୁ ନବୀନଙ୍କ ଟାର୍ଗେଟ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଗଂଜାମ ଜିଲ୍ଲା ଧରାକୋଟରୁ ଆରମ୍ଭ କରିଛନ୍ତି । ନିର୍ବାଚନୀ ସଭାରେ ପ୍ରତିପକ୍ଷଙ୍କୁ ନେଇ ଖୁବ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଗଂଜାମ ବାସୀ ଶାନ୍ତି ପ୍ରୀୟ । ହେଲା ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି କଂଗ୍ରେସ ଓ ବିଜେପି । ଚଳିତ ନିର୍ବାଚନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଜେଲରୁ ବେଲରେ ଥିବା ଅପରାଧୀଙ୍କୁ ପ୍ରାର୍ଥୀ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବଂ ସେ ଆହୁରି ଦମ୍ଭୋକ୍ତି କରି କହିଥିଲେ ଯେ, ସେ କେବେ ଗଂଜାମବାସୀଙ୍କ ଶାନ୍ତି ଭଙ୍ଗ କରିବାକୁ ଦେବେ ନାହିଁ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଏସଏଚଜିର ମା’ ପାର୍ଲାମେଣ୍ଟକୁ ଯିବେ । ଆସ୍କାରୁ ୪ ଜଣ ମହିଳା ବିଧାନସଭାକୁ ଯିବେ । ଏମାନଙ୍କୁ ବହୁତ ଭୋଟରେ ଜିତାଇବାକୁ ସେ ଅନୁରୋଧ କରିଥିଲେ ।
ଏହା ପୂର୍ବରୁ ଫୁଲବାଣୀର ତୁମୁଡ଼ିବନ୍ଧରେ ନିର୍ବାଚନୀ ସଭାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । କାଳିଆ ଯୋଜନା ବନ୍ଦ ପାଇଁ କେନ୍ଦ୍ର ଚେଷ୍ଟା କରୁଛି । ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବନି ବୋଲି କହିଥିଥେଲ । ବିଜେଡି ସରକାର ଆସିଲେ ପ୍ରଥମ ଦିନରେ କାଳିଆ ଟଙ୍କା ମିଳିବ । ମହିଳାମାନେ ବିକାଶର ପ୍ରକୃତ ଡବଲ ଇଂଜିନ । ନିର୍ବାଚନ ସମୟରେ କେନ୍ଦ୍ରରୁ ନେତାମାନେ ଭୋଟ ମାଗିବାକୁ ଆସୁଛନ୍ତି, ଅନ୍ୟ ସମୟରେ ସେମାନଙ୍କର ଦେଖା ନ ଥାଏ ବୋଲି କହିଛନ୍ତି ନବୀନ ।

କେନ୍ଦ୍ରାପଡ଼ା, ଭୁବନେଶ୍ୱର, କଟକ ଉପରେ ସଭିଙ୍କ ନଜର