ବଡ ପ୍ରଶ୍ନ ଉଠାଇଲେ ନବୀନ : ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି କିଏ?

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ନିର୍ବାଚନୀ ସଭାରେ ବିଜେପିକୁ ଏକ ବଡ ପ୍ରଶ୍ନ ପଚାରିଛନ୍ତି | ବିଜପିର ମୁଖ୍ୟମନ୍ତ୍ରୀ ପାର୍ଥି କିଏ ବୋଲି ନବୀନ ବିଜେପିକୁ ପ୍ରଶ୍ନ କରିଛନ୍ତି | ନବୀନ ବିଭିନ୍ନ ନିର୍ବାଚନୀ ସଭାରେ କେନ୍ଦ୍ରୀୟ ଅବହେଳା କଥା ବାରମ୍ବାର ଆରମ୍ଭରୁ ଏଯାଏ ଉଠାଇ ଚାଲିଥିଲେ | ଏପରିକି ଗତ ନିର୍ବାଚନରେ ଦେଇଥିବା ପ୍ରତିଶୃତି ପାଳନ କରିନଥିବା ଓ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଭୁଲି ଯାଇଥିବା ନେଇ ନବୀନ ସମାଲୋଚନା କରୁଥିଲେ | ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ସମାଲୋଚନା କରିଥିଲେ | ମୁଖମନ୍ତ୍ରୀଙ୍କ ପାଖରେ ଆଉ କିଛି ପ୍ରସଙ୍ଗ ନାହିଁ ସେଥିପାଇଁ ବାରମ୍ବାର ସେଇ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭି ଯୋଗ କରିଥିଲେ | ହେଲେ ଆଜି ନବୀନ ଏକ ନୂଆ ପ୍ରସଙ୍ଗ ହଠାତ ଉଠାଇ ସମସ୍ତଙ୍କୁ ଚକିତ କରିଛନ୍ତି | ମୁଖ୍ୟମନ୍ତ୍ରୀ ଯେଉଁ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି କିଏ ବୋଲି ପ୍ରଶ୍ନ ଉଠାଇଛନ୍ତି ତାହାର ଉତର ବିଜେପି କଣ ଦଉଚି ତାହା ଦେଖିବାର ଅଛି |
ଆଜି ଦଶପଲ୍ଲା ଠାରେ ମୁଖ୍ୟମନ୍ତ୍ରୀ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଲା ବେଳେ କହିଛନ୍ତି ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ ଆସୁଛି, ପାଟି କରୁଛି | ନିର୍ବାଚନ ସାରିଲେ ଦିଲ୍ଲୀ ଇଂଜିନର ଦେଖା ମିଳିବନି | ଏଣୁ ବିଜେପିର ଅନ୍ୟ ଇଂଜିନ କିଏ ଓଡିଶାବାସି ଜାଣି ବାକୁ ଚାହୁଁଛନ୍ତି | ବିଜପିର ମୁଖ୍ୟମନ୍ତ୍ରୀ ପାର୍ଥି କିଏ ଓ ତାଙ୍କ ନିର୍ବାଚନ ମଣ୍ଡଳୀ କଉଠି ? ମୁଖ୍ୟମନ୍ତ୍ରୀ ପାର୍ଥି ଘୋଷଣା କରିବାକୁ ବିଜେପି ଡରୁଚି କି ? ଏଥିରେ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଏଠାରେ ଯେଉଁ ଡବଲ ଇଂଜିନ କଥା ବାରମ୍ବାର କହୁଛନ୍ତି ତାକୁ ଟାର୍ଗେଟ କରି ନବୀନ ପ୍ରଥମେ ମହିଳା କଥା ଉଠାଇ ଥିଲେ | ମହିଳା ମାନଙ୍କ ବିକାଶ ହେଲେ ଡବଲ ଇଂଜିନ ଆସିଯିବ ବୋଲି କହିଥିଲେ | ହେଲେ ଏବେ ପ୍ରଧାନମନ୍ତ୍ରୀଙ୍କୁ ବି ଆକ୍ଷେପ କରି ଏହି ବାଣ ମାରିଛନ୍ତି | ନିର୍ବାଚନ ସାରିଲେ ପ୍ରଧାନମନ୍ତ୍ରୀଙ୍କ ଆଉ ଦେଖା ମିଳିବନି | କେବଳ ପ୍ରଧାନମନ୍ତ୍ରୀ ଆସି ପାଟି କରୁଛନ୍ତି | ମୁଖ୍ୟମନ୍ତ୍ରୀ ପାର୍ଥି କଥା କାହିଁକି କହୁନାହାନ୍ତି | ଯାହାଙ୍କୁ ଲୋକେ ପରେ ପ୍ରଶ୍ନ କରି ପାରିବେ ବୋଲି ନବୀନ ଦର୍ଶାଇବାକୁ ଚାହିଁଛନ୍ତି ବୋଲି କୁହାଯାଉଛି |

ସୁନ୍ଦରଗଡ଼ରେ ଜୁଏଲଙ୍କୁ ଟାର୍ଗେଟ କଲେ ନବୀନ