୨୩ରେ ପ୍ରଧାନମନ୍ତ୍ରୀ ଓ ୧୯ରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆସିବେ ଓଡିଶା

ଭୁବନେଶ୍ୱର: ନିର୍ବାଚନର ଆଜି ଦ୍ୱିତୀୟ ଦିନ ଚାଲିଥିବା ବେଳେ ନିର୍ବାଚନ ପ୍ରଚାର ଜୋରରେ ହେଉଥିବାର ଦେଖିବାକୁ ମିଳୁଛି | ତେବେ ଏପରି ପରିପେକ୍ଷରେ ଓଡିଶାକୁ କେନ୍ଦ୍ର ସରକାରଙ୍କ ପୂରା ଟାର୍ଗେଟ ଥିବା ଜଣା ପଡୁଛି | କାରଣ ଗଲା କିଛି ଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚରୁ ଛଅ ଥର ଆସିଥିବା ବେଳେ ସେ ପୁଣି ଏପ୍ରିଲ ୨୩ରେ ଆସୁଥିବାର ଜଣା ପଡିଛି | ସୂଚନାରୁପ୍ରକାଶ, ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜେପିର ପ୍ରଚାର ଜୋରସୋରରେ ଚାଲୁଥିବାର ଦେଖିବାକୁ ମିଳୁଛି । ଏହି କ୍ରମରେ ମୋଦି ୨୩ ତାରିଖ ଦିନ କେନ୍ଦ୍ରାପଡ଼ା ଓ ବାଲେଶ୍ୱର ସମାବେଶରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି ।
ତେବେ ମୋଦି ୨୩ ରେ ଆସୁଥିବା ବେଳେ ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଦିନ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବେ ବୋଲି ଜଣାପଡିଛି । ଏନେଇ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେ ସୂଚନା ଦେଇ କହିଛନ୍ତି ଯେ, ରାଜନାଥ ସିଂହ ମୟୂରଭଞ୍ଜ, ନୟାଗଡ଼ ,କଟକ ସଦର ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ତାପରେ ମୁକ୍ତାର ଆବାସ ନକ୍ଭି ମଧ୍ୟ ଏପ୍ରିଲ ୨୦ରେ ଓଡିଶା ଆସିବେ । ସେ ସାଲେପୁର ,ଭଦ୍ରକ ଓ କେନ୍ଦ୍ରପଡା ସଭାରେ ଯୋଗ ଦେଇ ଉଦବୋଧନ ଦେବେ ବୋଲି ଜଣା ପଡିଛି । ତେବେ ବିଜେପି ନେତାଙ୍କର ଏପରି ବାରମ୍ବାର ଓଡିଶା ଆସିବା ଓ ଓଡିଶାର ନିର୍ବାଚନ ପ୍ରଚାର କରିବା ସୂଚେଇ ଦେଉଛି ଯେ ବିଜେପିର ପୂରା ଆଖି ଓଡିଶାରେ ହିଁ ରହିଛି |

ପୁଣି କାଲି ଏବଂ ୧୭ ରେ ଆସିବେ ଅମିତ ଶାହ, ୧୬ରେ ମୋଦି