ଆର୍ଥିକ ସଙ୍କଟ ଲାଗି ପତ୍ନୀ ଓ ତିନି ଶିଶୁଙ୍କୁ ହତ୍ୟା କଲା ଇଞ୍ଜିନିୟର ବାପା

ଗାଜିଆବାଦ: ଆର୍ଥିକ ସଙ୍କଟ ଲାଗି ଜଣେ ବ୍ୟକ୍ତି ତାର ପତ୍ନୀ ଓ ତିନି ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି | ଏଭଲି ଅବାବନୀୟ ଘଟଣା ଘଟିଛି ଦିଲ୍ଲୀର ଗାଜିଆବାଦଠାରେ | ସମ୍ପୃକ୍ତ ଯୁବକ ଜଣଙ୍କ ହେଉଛନ୍ତି ଇନ୍ଦ୍ରାପୁରମର ଏକ ସପ୍ଟୋୟାର କମ୍ପାନୀର ଇଞ୍ଜିନିୟର ସୁମିତ | ସୁମିତ ତାଙ୍କ ପତ୍ନୀ ଓ ୩ ଜଣଙ୍କୁ ଶିଶୁଙ୍କୁ ହତ୍ୟା କରିବା ପରେ ନିଜର ଦୋଷକୁ ବ୍ୟକ୍ତି ଜଣଙ୍କ ଫ୍ୟାମିଲି ହ୍ୱାଟସ୍‌ ଆପ ଗ୍ରୁପ୍‌ରେ ଏକ ଭିଡିଓ ଜାରି କରି ସ୍ୱୀକାର କରିଥିବାର ସୂଚନା ମିଳୁଛି | ଏଥସହ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିବାକୁ ଚାହୁଁଥିବା କଥା ନିଜ ଶାଳକଙ୍କୁ କହି ନିଖୋଜ ହୋଇଯାଇଛନ୍ତି ।
ସୂଚନାରୁପ୍ରକାଶ, ରବିବାର ଦିନ ୩୨ ବର୍ଷୀୟ ପତ୍ନୀ ଓ ୩ ଜଣ ପିଲାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ । ହତ୍ୟା କରିବାର କରାଣ, ଜାନୁଆରୀ ମାସରେ ସୁମିତଙ୍କ କୌଣସି କାରଣରୁ ଚାକିରି ଚାଲି ଯାଇଥିଲା । ଏହାପରେ ବେଶ ଆର୍ଥିକ ସଙ୍କଟ ମଧ୍ୟରେ ସେ ନିଜ ପରିବାରକୁ ଚଳାଉଥିଲେ ଖାସ୍ ଏହି କାରଣ ପାଇଁ ସେ ପୂରା ପରିବାରକୁ ଶେଷ କରି ଦେବାକୁ ଚେଷ୍ଟା କରିଥିବା କୁହାଯାଉଛି । ଗତକାଲି ସନ୍ଧ୍ୟା ୬ଟାରେ ବ୍ୟକ୍ତି ଜଣଙ୍କ ହ୍ୱାଟସ୍‌ଆପ ଗ୍ରୁପ୍‌ରେ ନିଜର ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଏହାପରେ ସୁମିତ ଶାଳକଙ୍କୁ ଆତ୍ମହତ୍ୟା କରିବାକୁ ଯାଉଥିବା କହି ନିଖୋଜ ହୋଇଯାଇଛନ୍ତି । ପୁଲିସ୍‌ ଏଯାଏ ସମୁିତଙ୍କ ପତ୍ତା ପାଇନଥିବା ଜଣାପଡିଛି |

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୪ବର୍ଷ ଜେଲ