ସ୍ତ୍ରୀ ହତ୍ୟା କରି ଦୋଷ ସ୍ୱୀକାର କଲା ସ୍ୱାମୀ

ମୁମ୍ବାଇ: ରାଜ୍ୟରେ ଓ ରାଜ୍ୟ ବାହାରେ ଦିନକୁ ଦିନ ଅପରାଧର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ସେହିପରି ଏକ ଘଟଣା ଘଟିଥିବାର ସୂଚନା ମିଳିଛି | ଜଣେ ସ୍ୱାମୀ ତାର ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଜଣା ପଡିଛି | ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଠାରେ । ଜଣେ ପତ୍ନୀ ପର ଘରେ କାମ କରିବାକୁ ଯାଉଥିବା ହେତୁ ରାଗରେ ଆସି ସ୍ୱାମୀ ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ୱାମୂ ଜଣଙ୍କ ନିଜେ ପାଣି ପାଇପ୍‌ କାମ କରନ୍ତି। ପତ୍ନୀଙ୍କ ପର ଘରେ କାମ କରିବା କଥାରେ ସେ ଅସନ୍ତୁଷ୍ଟ ଥିଲେ । ଏପରିକି ସେ ତାଙ୍କ ପତ୍ନୀଙ୍କର ଅନ୍ୟ ପୁରୁଷ ସହ ସଂପର୍କ ରହିଥିବା ସନ୍ଦେହ ମଧ୍ୟ କରୁଥିଲେ । ମୃତକ ରେଖା ପାଗରେ ନିଜର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ପାଖ ଆଖ ଘର ବୁଲି କାମ କରୁଥିଲେ । ମାତ୍ର ତାଙ୍କ ସ୍ୱାମୀ ଦୀଲିପ ପାଗରେ ଅନେକ ଥର ରେଖାକୁ ପର ଘରେ ଯାଇ କାମ ନ କରିବା ପାଇଁ କହିଥିଲେ । ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସ୍ୱାମୀଙ୍କ କଥା ନଶୁଣି ରେଖା ଯାଇ ପର ଘରେ କାମ କରୁଥିଲେ । ଗୋଟିଏ ପୁଅ ଓ ଗୋଟିଏ ଝିଅର ବାପା ହୋଇ ସାରିଥିବା ଦୀଲିପ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ମଧ୍ୟ ସନ୍ଦେହ କରୁଥିଲେ । ରବିବାର ଦିନ ପରିବାର ଲୋକ ଗୁଡ଼ି ପାରଓ୍ଵା ପର୍ବ ପାଳନ କରୁଥିବା ବେଳେ ତାଙ୍କ ପତ୍ନୀ କାମ କରିବାକୁ ବାହାରି ଯାଇଥିଲେ ଓ ସଂଧ୍ୟାରେ ଘରକୁ ଫେରିଥିଲେ । ସେ ବିଳମ୍ବରେ ଘରକୁ ଫେରିବ ନେଇ ସ୍ୱାମୀ- ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା ଓ ଅଭିଯୁକ୍ତ ଦୀଲିପ ରାଗରେ ଆସି ପତ୍ନୀ ରେଖା ପିନ୍ଧିଥିବା ପୋଷାକର ଓଢ଼ଣୀରେ ଗଳା ଚାପି ତାଙ୍କ ହତ୍ୟା କରିଥିବା ସୂଚନା ମିଳିଛି | ତେବେ ଏପରି କାଣ୍ଡ କରିବା ପରେ ପୁଲିସ ଆଗରେ ସବୁ କଥା ଖୋଲିବା ସହ ଦୋଷ ସ୍ୱୀକାର କରିଥିବାର ଜଣାପଡିଛି |

ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତା କଡକୁ ଫିଙ୍ଗିଲେ