ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା

ଭୁବନେଶ୍ୱର : ପ୍ରବଳ ତାତି ସହ ଗୁଳୁଗୁଳି । ଅପରାହ୍ଣରେ ଆକାଶରେ ମେଘଘୋଟି ଆସି ତୁହାକୁ ତୁହା ବର୍ଷା ସାଙ୍ଗକୁବିଜୁଳି ଏବଂ ଘଡ଼ଘଡ଼ି । କାଳବୈଶାଖୀ ପ୍ରଭାବରେ ବିଗତ ଦୁଇଦିନ ଧରିରାଜ୍ୟର କେତେକ ସ୍ଥାନରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି । ଶୁକ୍ରବାର ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀଜିଲ୍ଲାରେ ବର୍ଷା ସହ କେତେକ ସ୍ଥାନରେ୩୦ରୁ ୪୦ କିମି ବେଗରେ ପବନବୋହିଥିବାର ଜଣାପଡ଼ିଛି । ତେବେ କାଳବୈଶାଖୀର ପ୍ରଭାବ ଆସନ୍ତା ୧୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ଭୁବନେଶ୍ୱର ଆଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି । ୧୩ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ,ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱରରେ କାଳବୈଶାଖୀ ଜନିତବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବଜ୍ରପାତ ସହ୩୦ରୁ ୪୦ କିମି ବେଗରେ ପବନବହିବାର ସ ମ୍ଭାବନା ରହିଛି । ସେହିପରି୧୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟିସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାସହ ବଜ୍ରପାତର ସମ୍ଭାବନା ରହିଛି । ତେବେ କାଳବୈଶାଖୀ ସତ୍ତେ୍ୱ ମଧ୍ୟରାଜ୍ୟରେ ତାତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାରେ ତାପମାତ୍ରା ୩୯ଡିଗ୍ରୀ ଥିବା ଜଣାପଡ଼ିଛି ।