ମୁମ୍ବାଇ ଇଣ୍ଡିଆନ୍ସର ୧୦୦ତମ ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ବନିଲେ ହିରୋ

ମୁମ୍ବାଇ: ଚଳିତ ବର୍ଷ ଆଇପିଏଲର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନରେ ଚେନ୍ନାଇ ସୁପର କିଙ୍ଗସ ହରାଇ ୧୦୦ତମ ବିଜୟ ହାସଲ କରିଥିବାର ଜଣାପଡିଛି । ମୁମ୍ବାଇ ଆଇପିଏଲର ପ୍ରଥମ ଟିମ୍ ଭାବେ ବିଜୟର ଶତକ ଲଗାଇଛି । ଅନ୍ୟପକ୍ଷରେ ଚଳିତ ସିଜନରେ ଚେନ୍ନାଇର ଏହା ପ୍ରଥମ ପରାଜୟ । ଏହି ମ୍ୟାଚରେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ୱିକେଟ ହରାଇ ୧୭୦ ରନ୍ କରିଥିଲା । ଜବାବରେ ଚେନ୍ନାଇ ୨୦ ଓଭରରେ ୮ ୱିକେଟ ହରାଇ ୧୩୩ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ମୁମ୍ବାଇର ଏହି ବିଜୟରେ ହିରୋ ସାଜିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ଖେଳିଥିଲେ | ପାଣ୍ଡ୍ୟା ମାତ୍ର ୮ ବଲରେ ୧ ଚୌକା ଓ ୩ ଛକା ବଳରେ ୨୫ ରନ୍ କରି ଅପରାଜିତ ଥିଲେ । ତାଙ୍କୁ ବ୍ୟାଟିଂରେ ଭରପୂର ସହଯୋଗ କରିଥିଲେ କାଇରନ୍ ପୋଲାର୍ଡ, ଯିଏ ୭ ବଲରେ ୨ ଛକା ସହ ୧୭ ରନ୍ କରିଥିଲେ । ଦୁହେଁ ୧୯ତମ ଓଭରରେ ୧୫ ରନ୍ ଓ ଶେଷ ଓଭରରେ ୨୯ ରନ୍ ସଂଗ୍ରହ କରିଥିଲେ ।

ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ