ଗ୍ୟାସ ଟାଙ୍କି ଫାଟି ୪୦ଟି ପରିବାରର ୧୨୦ରୁ ଊଦ୍ଧ୍ୱର୍ ବଖରା ପୋଡ଼ି ପାଉଁଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆ ମ୍ବସରମୁଣ୍ଡା ପଚାୟତ ଅନ୍ତର୍ଗତ ଭୋଗରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡଘଟିଥିବା ବେଳେ ଗ୍ରାମର ୪୦ ପରିବାରର ୧୨୦ରୁ ଊଦ୍ଧ୍ୱର୍ ବଖରା ଘର ଜଳିଯାଇଥିବା ଖବର ମିଳିଛି । ଗ୍ରାମର ଛବି ପ୍ରଧାନଙ୍କ ରୋଷେଇ ଚାଲିଥିବା ବେଳେ ହଠାତ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ତାଙ୍କର ୩ ବଖରା ସମେତ ବସୁଦେବ ପ୍ରଧାନଙ୍କ, ପବିତ୍ର ପ୍ରଧାନଙ୍କ, ରବି ପ୍ରଧାନଙ୍କ, ନିରନ ପ୍ରଧାନଙ୍କ, ରାଜୁ ମାଝୀଙ୍କ, ଅର୍ଜୁନ ବେହେରା, ଦୁର୍ଯ୍ୟୋଧନ ବେହେରା, ଅନାମ ବେହେରା, ମଲ୍ଲି ମାଝି,ପଦ ପ୍ରଧାନ, ସୁରେଶ ପ୍ରଧାନ, ବାବୁଲା ପ୍ରଧାନ, ଦିଗା ମ୍ବରଦେହୁରୀ, ସବର ମାଝି, ପ୍ରସନ୍ନ ବେହେରା, ଶ୍ରୀକରଦେହୁରୀ, ବ୍ରଜବନ୍ଧୁ ଦେହୁରୀ, ମୁରଲୀ ଦେହୁରୀଙ୍କ ଘର ପୋଡ଼ିଯାଇଛି । ଏହି ଅଗ୍ନିକାଣ୍ଡରେ ସମସ୍ତ ପରିବାରର ମୂଲ୍ୟବାନ କାଗଜପତ୍ର ସହ ଜମି ପଟା, ଭୋଟର ପରିଚୟ ପତ୍ର, ଆଧାରକାର୍ଡ, ଧାନ, ଚାଉଳ, ପିନ୍ଧା ବସ୍ତ୍ର ସହ ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଧିକାଂଶ ପରିବାର ଦିନ ମଜୁରିଆ ହୋଇଥିବା ବେଳେ ସେମାନେ ଇଟା ଭାଟିକୁ ମଜୁରୀ କରିବା ପାଇଁ ଯାଇଥିବା ଯୋଗୁଁ ଘରୁ କୋ÷ଣସି ସାମଗ୍ରୀ ବାହାର କରି ପାରିନଥିଲେ । ପ୍ରଚଣ୍ଡ ରୌତ୍ର ତାପସହ ପବନ ଯୋଗୁଁ ନିଆଁ ଗୋଟିଏ ଚାଳରୁ ଅନ୍ୟ ଚଳାକୁ ବ୍ୟାପିଯାଇଥିଲା । ଖବର ପାଇ ଦମକାଳବାହିନୀ ଆସିଲା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା ।