ଇଭିଏମର ଅଭାବନୀୟ ପରିସ୍ଥିତି, କେଉଁଠି ଅଚଳତ, କେଉଁଠି ତ୍ରୁଟି

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଯାଇଛି । ଓଡ଼ିଶାର ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ତେବେ କିଛି ଜାଗାରେ ଇଭିଏମ ତ୍ରୁଟି ସହ ଅଚଳ ହେବାର ଖବର ଆସିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ୩୬ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଛି । କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନଂ ବୁଥରେ ଇଭିଏମରେ ମଧ୍ୟ ତ୍ରୁଟି ହୋଇଛି । ସେହିପରି କେନ୍ଦୁଝର ମ୍ୟୁନିସିପାଲିଟିର ୨୨୧, ୨୩୪, ୨୫୫ ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଛି । କୁଚିଣ୍ଡା କତରାପାଲି ୧୨୨ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା ୨୮୧ ନଂ ବୁଥର ଇଭିଏମ ଅଚଳ ହୋଇଥିବା ସୂଚନା ଆସିଛି । ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ନିକୋପାର୍କ ଆଶ୍ରମ ସ୍କୁଲ ୩୨ନଂ ବୁଥରେ ଇଭିଏମ ଅଚଳ ହୋଇଥିବା ଜଣାପଡ଼ିଛି । ବାଙ୍କୀ ନିର୍ବାଚନମଣ୍ଡଳୀର ୯୬, ୧୦୯ନଂ ବୁଥରେ ଇଭିଏମ ଅଚଳ ହୋଇଛି । ବ୍ରହ୍ମଗିରି ବାଲିପାଟପୁର ୫ନଂ ବୁଥରେ ଇଭିଏମ ଅଚଳ ହୋଇଛି । କଟକ ରାଜାବଗିଚା ୧୭୯ ନଂ ବୁଥରେ ଇଭିଏମ ଅଚଳ ହୋଇଛି । ହିନ୍ଦୋଳର ୨୩୨, ମ୍ୟୁନିସିପାଲିଟିର ୧୯୩, ୧୯୪ ବୁଥରେ ଇଭିଏମ ଅଚଳ ହୋଇଛି । ତେଣୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାପଡ଼ିଛି ।
ଭୁବନେଶ୍ୱର ଏକ୍ରାମ ନିର୍ବାଚନମଣ୍ଡଳୀର ୧୧୨ନଂ ବୁଥରେ ଭୋଟିଂ ବିଳମ୍ବ ହୋଇଛି । ସେହିପରି ତାଳବସ୍ତ ୧୬୨ନଂ ବୁଥରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି । ପୁରୀ ଗଦାଧର ସ୍କୁଲ ୨୪୬ନଂ ବୁଥରେ ବିଳମ୍ବରେ ମତଦାନ ହୋଇଛି । ବାଦାମବାଡ଼ି ନ୍ୟୁ କଲୋନୀ ୧୬୯ନଂ ବୁଥରେ ମତଦାନ ବିଳମ୍ବ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୧୪୫, ୧୦୧, ୧୩୫, ୧୩୮ନଂ ବୁଥରେ ମତଦାନ ବିଳମ୍ବ ହୋଇଥବବା ଜଣାପଡ଼ିଛି ।