ଧାବିକା ଦୂତିଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧିର ଗୁରୁତର ଅଭିଯୋଗ

ଭୁବନେଶ୍ୱର : କ୍ରୀଡା କ୍ଷେତ୍ରର ଉଜ୍ଜ୍ୱଳ ତାରକା ଧାବିକା ଦୁତି ଚାନ୍ଦ କେବଳ ଓଡିଶା ନୁହଁ ସମଗ୍ରହ ଦେଶ ପାଇଁ ଗୌରବ ଆଣି ଦେଇ ଥିଲେ | ଦୌଡରାଣୀ ଦୁତି ଏସିଆନ କ୍ରୀଡାରେ ଗୌରବ ଆଣିଦେଇ ଥିଲେ | ତାଙ୍କର ଏହି ସଫଳତା ପାଇଁ ସରକାର ତାଙ୍କୁ ପୁରସ୍କୃତ କରିଛନ୍ତି | ତାଙ୍କୁ ନିର୍ବାଚନ କମିଶନ ବ୍ରାଣ୍ଡ ଆମ୍ବାସାଡ଼ର କରିଛନ୍ତି | ହେଲେ ସେ ଏବେ ନିର୍ବାଚନ ସମୟରେ ଏକ ନିର୍ଦ୍ଧିଷ୍ଟ ଦଳର ପାର୍ଥୀଙ୍କ ପାଇଁ ଟ୍ୱିଟ କରି ଫସି ଯାଇଛନ୍ତି | ତାଙ୍କ ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି | ଏହାର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି |
ଅଭିଯୋଗରେ ଦର୍ଶାଯାଇଛି ଦୁତି ଚାନ୍ଦ ବିଜେଡିର କନ୍ଧମାଳ ସଂସଦ ପାର୍ଥି ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋସାଲ ମିଡ଼ିଆରେ ଭୋଟ ଦେବାପାଇଁ ଅନୁରୋଧ କରିଛନ୍ତି | ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସାଡ଼ର ହୋଇ ସେ କିଭଳି ଏକ ନିର୍ଦ୍ଧିଷ୍ଟ ଦଳର ପାର୍ଥି ପାଇଁ କିଭଳି ଭୋଟ ମାଗିଲେ ସେନେଇ ପ୍ରଶ୍ନ ଉଠାଯାଇଛି | ଦୁତି ତାଙ୍କ ଟ୍ୱଇଟରେ ଅଚ୍ୟୁତଙ୍କ ସହ ତାଙ୍କର ଫୋଟୋ ପୋଷ୍ଟ କରି ସେଥିରେ ଉଲେଖ କରିଛନ୍ତି ଯେ ” ମୋ ପ୍ରିୟ ଭଗବାନ ସଦୂସ ଡକ୍ଟର ଅଚ୍ୟୁତ ସାମନ୍ତ ସାର ଆପଣଙ୍କୁ ମୋର ବ୍ୟକ୍ତିଗତ ହିସାବରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି | ମୁ ଭଗବାନଙ୍କ ପାଖରେ ଏତିକି ପାର୍ଥନା କରୁଛି କି ଆଗାମୀ ଅପ୍ରେଲ ମାସର ୧୮ ତାରିଖରେ ହେବାକୁ ଥିବ ଦୁତୀୟ ପର୍ଯ୍ୟାୟ ଭୋଟରେ ଆପଣ ଜୟଯୁକ୍ତ ଲାଭ କରନ୍ତୁ |
ମୋର ପୁରାପୁରୀ ବିଶ୍ୱାସ ଅଛି କନ୍ଧମାଳ ଜିଲ୍ଲା ବସି ମାନେ କନ୍ଧମାଳ ଜିଲ୍ଲାର ସାର୍ବଜନୀନ ଉନ୍ନତି କାରଣ ପାଇଁ ଆପଣଙ୍କୁ ବହୁମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବେ | ମୁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଅଛି ଆପଣ ଦେଖିଥିବା କନ୍ଧମାଳକୁ ସ୍ମାର୍ଟ ଡିଷ୍ଟ୍ରିକ ସପନକୁ ଭଗବାନ ସାକାର କରାନ୍ତୁ |”
ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଏହା ଉପରେ ଯାଞ୍ଚ କରାଯିବ | ସେ ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସାଡ଼ର ହୋଇଥିବାରୁ ସେ ଏପରି କରିପାରିବେ ନାହିଁ | ଏହା ତାଙ୍କ ଟ୍ୱିଟ କି ନୁହେ ତାହା ଯାଞ୍ଚ ହବ ବୋଲି ସେ କହିଛନ୍ତି |
ଏହାକୁ ନେଇ ରାଜନୀତି ଜୋର ଧରିଛି | ଦୂତିଙ୍କୁ ବ୍ରାଣ୍ଡ ଆମ୍ବାସାଡ଼ରରୁ ହଟାଇବା ଓ ସରକାରୀ କର୍ମଚାରୀ ଭାବେ ଆଚରଣବିଧିର ଉଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି |
ଏହି ଘଟଣା ଉପରେ ଦୁତି ଟ୍ୱିଟ କରି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି | ତାଙ୍କ ମତକୁ ନେଇ ରାଜନୀତି ନକରିବାକୁ ସେ ଅନୁରୋଧ କରିଛନ୍ତି | ଦୁତି ଟ୍ୱିଟରେ ଉଲ୍ଲେଖ କରିଛନ୍ତି “ମୁଁ ମୋର ର ବ୍ୟକ୍ତି ଗତ ହିସାବରେ Dr ଅଚ୍ୟୁତ ସାମନ୍ତ ସାର୍ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛି କାଲିର ତାଙ୍କର ନିର୍ବାଚନ ପାଇଁ ମୁଁ କୌଣସି ଦଳ କୁ shopped କରୁନାହିଁ କି କାହାରିକୁ କୌଣସିବ୍ୟକ୍ତି ଙ୍କୁ ନିବେଦନ କରୁନାହିଁ Dr Achuyta samantha sir ଙ୍କୁ vote ଦେବାପାଇଁ ॥
Dr ଅଚ୍ୟୁତ ସାମନ୍ତ ମୋର ଜଣେ ଭଗବାନ ସଦୂସ ସେ ମୋ କ୍ରୀଡା କ୍ୟାରିୟର ଆଗକୁ ନେବାରେ ବହୁତ ସାହାଯ୍ୟ କରିଛନ୍ତି ତେଣୁ ତାଙ୍କୁ ମୁଁ ମୋର ବ୍ୟକ୍ତି ଗତ ହିସାବରେ ତାଙ୍କୁ ଶୁଭେଚ୍ଛା ଜଣାଇଛି ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ॥”