ଦିଲିପଙ୍କ ଲେଉଟାଣି ସମ୍ଭାବନାରେ ଇନ୍ଧନ ଯୋଗାଇଲେ ଜୁଏଲ

ରାଉରକେଲା (ଅରବିନ୍ଦ ଦାସ ) : ଆଜି ପୂର୍ବାହ୍ନରେ ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସମ୍ବୋଧିତ କରିଥିଲାବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଜେପିର ମେନିଫେଷ୍ଟୋ ସଂପର୍କରେ ଅବଗତ କରାଇବା ସହିତ ଆସନ୍ତା ୧୫ ତରିଖରେ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ସଂପର୍କରେ ସୂଚନା ଦେବା । କିନ୍ତୁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦିଲିପ ରାୟଙ୍କ ସଂପର୍କରେ ଜୁଏଲ ଦେଇଥିବା ମନ୍ତବ୍ୟ ରାଉରକେଲା ରାଜନୀତି ମହଲରେ ଏକ ଚର୍ଚ୍ଚାର ପ୍ରସଙ୍ଗ ହୋଇଯାଇଛି । ଅନ୍ୟପକ୍ଷରେ ଜୁଏଲଙ୍କ ଯୁକ୍ତି ଦିଲିପଙ୍କର ବିଜେପି ଲେଉଟାଣି ସମ୍ଭାବନାକୁ ଇନ୍ଧନ ଯୋଗାଇଛି କହିଲେ ଚଳେ ।
ପ୍ରଥମତଃ ଦିଲିପ ବିଜେପିରେ ନାହାନ୍ତି ବୋଲି କୌଣସି ପରିସ୍ଥିତିରେ ଜୁଏଲ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ପରୋକ୍ଷରେ ସେ ସୂଚନା ଦେଇଛନ୍ତି ଯେ ଦିଲିପ ପୁଣି ଦଳକୁ ଫେରି ଷ୍ଟାର କ୍ୟାମ୍ପେନରର ଭୂମିକା ନେବେ । ଦିଲିପଙ୍କ ଆକ୍ରୋଶ ଓ ଦ୍ୱିତୀୟ ବ୍ରାହ୍ମଣୀ ପୋଲ ଏବଂ ଆଇ.ଜି.ଏଚ୍. କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ସଂପର୍କରେ ମତ ରଖି ସେ କହିଛନ୍ତି ଯେ ଉକ୍ତ ଦୁଇ ପ୍ରକଳ୍ପର କାର୍ଯ୍ୟ ଚାଲିଛି ଓ ତାକୁ ଆଉ ଟିକେ ତ୍ୱାରାନ୍ୱିତ କରିବାର ଅଛି । ଗତ ୪ ତାରିଖରେ ଦିଲିପ ବିଜେପି ସହିତ ସଂପର୍କ ତୁଟାଇବା କଥା କହିନଥିଲେ ବରଂ ସେ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନର ଦେଣ ନେଣ ସଂପର୍କରେ ତଥ୍ୟ ମାଗି ପରୋକ୍ଷରେ ଇଙ୍ଗିତ କରିଥଇଲେ ଯଦି ତାଙ୍କୁ ପ୍ରମାଣ ଦିଆଯାଏ ତେବେ ସେ ଦଳ ସହିତ ରହିବେ । ବ ର୍ମାନ ତାଙ୍କୁ ସମସ୍ତ ତଥ୍ୟ ଦିଆଯାଇ ସରିଛି ଓ ସେଥିରେ ସେ ସନ୍ତୁଷ୍ଟ ଥିବାସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ସାରିଛନ୍ତି । ତେଣୁ ଆଉ ତାଙ୍କ ପାଇଁ କିଛି ଅସୁବିଧା ନାହିଁ ଦଳପାଇଁ କାମ କରିବା ପାଇଁ । ଏଥିସହିତ ସେ ଦିଲିପଙ୍କୁ ଅନୁରୋଧ କରିଛନ୍ତି ମାନଭଙ୍ଗ କରି ଦଳପାଇଁ କାମ କରିବାକୁ ।
ଜୁଏଲ ଆହୁରି ଯୁକ୍ତି ବାଢିଛନନ୍ତି ଯେ ଦିଲିପ ଆମ ପରିବାର ସଦସ୍ୟ ଥିଲେ, ସଦସ୍ୟ ଅଛନ୍ତି ଓ ଦଳ ତାଙ୍କୁ ବିଧାୟକ କରିଥିଲା । ଯଦିବି ସେ କେବେ କେମିତି ଦଳକୁ ଗାଳି ଗୁଲଜ କରିଛନ୍ତି ତାକୁ ଧରିବାର ନାହିଁ କାରଣ ପରିବାର ମଧ୍ୟରେ ବେଳେ ବେଳେ ସେମିତି ଘଟେ । ଜୁଏଲଙ୍କ ଏଭଳି ଖୋଲା ମନ୍ତବ୍ୟ ପରେ ଦିଲିପଙ୍କୁ ନେଇ ଭିନ୍ନ ଏକ ରାଜନୀତି ଚର୍ଚ୍ଚା ଆରମ୍ଭ ହୋଇଥଇଲାବେଳେ ପୁଣି ସୁନ୍ଦରଡ଼ ଜିଲ୍ଲା ରାଜନୀତି ସମୀକରଣକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି । କାରଣ ଅନେକ ଦିନର ନିରବତା ପରେ ଗତ ୪ ତାରିଖରେ ଦିଲିପ ସହରକୁ ଆସି ନିଜ ସମର୍ଥକଙ୍କୁ ଉଦ୍ବୋଧନ ଦେଇ ଦୁଇ ପ୍ରକଳ୍ପ କଥା ଉଠାଇ କ୍ଷୋଭ ପ୍ରକାଶ କରିବାସହ ରଘୁନାଥପାଲ୍ଲୀ ନିର୍ବଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇଙ୍କୁ ଜିତାଇବାକୁ କହିଥିଲାବେଳେ ଜିଲ୍ଲାର ଦୁଇ ପ୍ରମୁଖ ପ୍ରକଳ୍ପ ପ୍ରସଙ୍ଗରେ ଯେଉଁ ଦଳ  ଠକିଛି ତାକୁ ହରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସ୍ପଷ୍ଟ ହୋଇଥିଲା ଯେ ଯଦିଓ ସେ ରାଉରକେଲା ବିଧାନସଭା ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ କାହାକୁ ଜିତାଇବାକୁ କହିନଥିଲେ କିନ୍ତୁ ଉକ୍ତ ଆସନରେ ବିଜେପିକୁ ହରାଇବାକୁ ଇଙ୍ଗିତ କରିଥିଲେ । ଏହାପରେ ତାଙ୍କର ବହୁ ସମର୍ଥକ ଏଠାରେ ବିଜେଡିରେ ମିଶି ସାରିଥଲାବେଳେ ଆଉ କିଛି ବିଜେପି ବିରୋଧରେ ବିଷ ଓଗାଳୁଛନ୍ତି । ଦିଲିପଙ୍କ ଏଭଳି ଇଙ୍ଗିତ ପରେ ଆଲୋଚନା ହେଲାଯେ ଗତମାସ ୧୬ ତାରିଖ ସଂଧ୍ୟାରେ ତାଙ୍କର ନବୀନଙ୍କ ସହିତ କିଛି ଗୋଟେ ବୁଝାମଣା ହୋଇଯାଇଛି । ଏହି ନାଟକରେ ପୁଣି ଏକ ଟ୍ୱିଷ୍ଟ ଆସିଲା ଗତ ୧୦ ତାରିଖର । କାରଣ ସେହିଦନ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ସଭା କରି ଦୁଇ ପ୍ରକଳ୍ପ ପ୍ରସଙ୍ଗରେ ଦିଲିପଙ୍କ ସ୍ୱରରେ ସ୍ୱର ମିଳାଇଲାପରି କେନ୍ଦ୍ର ସରକାର ଓ ବିଜେପିକୁ କାଠଗଡାରେ ଠିଆକଲେ, କିନ୍ତୁ ସେହିଦିନ ସଂଧ୍ୟାରେ ଦିଲିପ ଏକ ପ୍ରେସ୍ ବିବୃତି ଦେଇ ଉକ୍ତ ଦୁଇ ପ୍ରକଳ୍ପ ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଓ ବିଜେପିକୁ ବେଲ୍ ଆଉଟ କଲେ । ଏହାକୁ ନେଇ ଗୋଟିଏ ପଟେ ଦିଲିପଙ୍କର ବିଜେପିକୁ ଲେଉଟାଣି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲାବେଳେ ତାଙ୍କୁ ଆଉ ନବୀନ ସହଜରେ ବିଶ୍ୱାସ କରିବେ ନାହିଁ ବୋଲି ଚର୍ଚ୍ଚା ହେଲା । ସେହିପରି ଦିଲିପ ଯଦି ପୁଣି ବିଜେପି ମୁହାଁ ହୁଅନ୍ତି ତେବେ କିଛିଦିନ ପୂର୍ବରୁ ତାଙ୍କର ଯେଉଁ ସମର୍ଥକମାନେ ବିଜେଡିରେ ମିଶିଛନ୍ତି ଓ ଆଉ ଯେଉଁମାନେ ବିଜେପି ବିରୁ୍ଧରେ କାମ କରୁଛନ୍ତି ସେମାନଙ୍କର ସ୍ଥିତି କ’ଣ ହେବ ବୋଲି ଗୋଟିଏ ପଟେ ଆଲୋଚନା ଚାଲଇଥିଲାବେଳେ ଦିଲିପ ନିଜକୁ ନିଜେ ଏକ ଅନିଶ୍ଚିତତା ଭିତରକୁ ଠେଲିଦେବା ସହ ରାଉରକେଲାବାସୀଙ୍କ ବିଶ୍ୱାସ ହରାଉଛନ୍ତି ବୋଲି ଆଲୋଚନା ହେଲା । କାରଣ ଦିଲିପ ଯେଉଁ ଆର୍ଥିକ ଦେଣନେଣ ପ୍ରମାଣ ଦେଇ ୧୦ ତାରିଖ ଦିନ ପ୍ରେସ ବିବୃ ି ଦେଇଛନ୍ତି ତାହା ବାସ୍ତବରେ ଫେବୃଆରୀ ୨୭ର ଘଟଣା ।
ଏହିପରି ଏକ ଚର୍ଚ୍ଚା ଜାରି ରହିଥିଲାବେଳେ ଜୁଏଲ ପୁଣି ଇନ୍ଧନ ଢାଳିଛନ୍ତି । ଅବଶ୍ୟ ଆଉ କିଛି କହୁଛନ୍ତି ଯେ ଏବେ ଦିଲିପ ନିର୍ବାଚନ ପୂର୍ବରୁ ସେମିତି କିଛି ରାଜନୀତିକ ପଦକ୍ଷେପ ନେବା ତାଙ୍କ ପାଇଁ ଅନୁଚିତ୍ ହେବ, କିନ୍ତୁ ଜୁଏଲଙ୍କ ପାଇଁ ତାଙ୍କର ଆବଶ୍ୟକତା ରହିଥିବାରୁ ସେ ଏଭଳି ଏକ ବା ର୍ା ଜାଣିଶୁଣି ଦେଇଛନ୍ତି । କାରଣ ୨୦୧୪ ନିର୍ବାଚନରେ ଜୁଏଲଙ୍କ ଜିତିବା ପଛରେ ଦିଲିପଙ୍କର କ’ଣ ଅବଦାନ ରହିଛି ଓ ଚଳିତ ଥର ଦିଲିପଙ୍କ ବିନା ତାଙ୍କର ସ୍ଥିତି କ’ଣ ଅଛି ସେ ବେଶ୍ ବୁଝିପାରୁଛନ୍ତି । ତେଣୁ ଯେନତେନ ପ୍ରକାରେ ଦିଲିପଙ୍କର ସମର୍ଥନ ଏଥରବି ତାଙ୍କ ସହିତ ରହିଛି ବୋଲି ସେ ଏକ ବା ର୍ା ଦେବାକୁ ଏକ ମିଛ ପ୍ରୟାସ ଆରମ୍ଭ କରିଛନ୍ତି । ବାସ୍ତବତା ଯାହାବି ହେଉ ଦିଲିପଙ୍କୁ ନେଇ ଏବେ ସୁନ୍ଦରଗଡ଼ ବିଜେଡି ଓ ବିଜେପି ରାଜନୀତି ଏକ ଗୋଳିଆ ସ୍ଥିତିରେ ରହିଛି ।