ବିଜେପି କର୍ମୀଙ୍କ ହତ୍ୟା ଘଟଣା ପାଇଁ ନବୀନଙ୍କୁ ଦାୟୀ କରି ସୋଶାଲ ମିଡିଆରେ ଭିଡିଓ ଜାରି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବିଜେପି ନେତାଙ୍କୁ ହତ୍ୟା ଓ ଆକ୍ରମଣ କରାଯିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ କଡା ସମାଲୋଚନା କରିଛନ୍ତି । ନିଜକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହୁଥିଲା ବେଳେ ପ୍ରତିପେକ୍ଷଙ୍କ ପ୍ରତି ଏତେ ଭୟଭୀତ କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏଥିନେଇ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ପରାଜୟ ଭୟରେ ଏଭଳି ହିଂସା ଘଟିଉଥିବା କଥା କହିଛନ୍ତି । ଖୋର୍ଦ୍ଧାରେ ବିଜେପିର ଜଣେ କର୍ମକର୍ତ୍ତାଙ୍କୁ ଗୁଳି କରି ହତ୍ୟା ପରେ ବୁଧବାର ସୋରଡା ନିର୍ବାଚନୀ ମଣ୍ଡଳୀର ଆଉ ଜଣେ ବିଜେପି କର୍ମୀଙ୍କୁ ଠେଙ୍ଗାରେ ବାଡେଇ ହତ୍ୟା କରାଯାଇଛି । ବରଗଡ ଓ ଭୁବନେଶ୍ୱରେ ମଧ୍ୟ ଆକ୍ରମଣ ହୋଇଛି ।
ଧର୍ମେନ୍ଦ୍ର କହିଛନ୍ତି, ବିଗତ ୨୦ ଦିନ ଧରି ଘମାଘୋଟ ପ୍ରଚାର ହୋଇଛି । ପ୍ରଥମ କରି ଓଡିଶାରେ ନିର୍ବାଚନରେ ଗୋଟେ ନୂଆ ଅନୁଭବ ହେଉଛି, ପ୍ରତିପେକ୍ଷମାନଙ୍କୁ ସହୟ ନ କରିପାରି ବାଦ ବିବାଦ ହୁଏ , ଆରୋପ ପ୍ରତ୍ୟାରୋପ ହୁଏ । କିନ୍ତୁ ମାରପିଟ ଆଉ ହତ୍ୟା ପର୍ଯ୍ୟନ୍ତ ଯିବା ଯେ ଭଳି ଭାବରେ ଟ୍ରେଣ୍ଡ ଜଣାପଡୁ଼ଛି ଏ ପ୍ରକାରର ଆଗରୁ କେବେ ହୋଇ ନଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏ ଆକ୍ରମଣର ନେତୃତ୍ୱ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧିନସ୍ଥ ଥିବା ଗୃହ ବିଭାଗ, ତାଙ୍କ ଦପ୍ତର ବସୁଥିବା ଓଡିଶା ବିରୋଧୀ ଅଧିକାରୀ, ଓଡିଶାର ଗଣତନ୍ତ୍ରଙ୍କୁ କଣ୍ଟରୋଧ କରିବା ପାଇଁ ଦୁଃସାହସ କରିଛନ୍ତି । ଗତ ସପ୍ତାହ ମଧ୍ୟରେ ଆମେ ଖୋର୍ଦ୍ଧାର ପ୍ରିୟ କାର୍ଯ୍ୟକର୍ତ୍ତା ମଙ୍ଗୁଳି ଜେନାଙ୍କୁ ହରାଇଲୁ । ତାଙ୍କର ବଳିଦାନ ହେଲା, ତାଙ୍କୁ ହତ୍ୟା କରାଗଲା । ଏ ଗୋଟିଏ ଚିନ୍ତାର ବିଷୟ । ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କଲେ ବି ଅପରାଧୀମାନେ ଏବେ ସେ ଗାଁରେ ଖୋଲାରେ ବୁଲୁଛନ୍ତି । ତାଙ୍କୁ ଧରିବାର କୌଣସି ପ୍ରଚେଷ୍ଟା ପୁଲିସର ନାହିଁ । ଏସପି ସେଠାରୁ ବାହାର କରିବା ଓ ବଦଳି କରିବାରେ ମୁଖ୍ୟମନ୍ତ୍ରୀ ଛାଡି ଦେଲେ ନିର୍ବାଚନ କମିଶନଙ୍କ ଉପରେ । ନିର୍ବାଚନ କମିଶନଙ୍କର ଏଠି ଯେ ଅଧିକାରୀ ଅଛନ୍ତି ସେ ଆପଣଙ୍କ ନିର୍ଦ୍ଦେଶରେ କମା ପୁଲୁଷ୍ଟପ ବି ଲଗାନ୍ତି ନାହିଁ । ଗତକାଲି ରାତିରେ ସୋରଡା ନିର୍ବାଚନୀ ମଣ୍ଡଳୀରେ ଆମର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ତାର ଏତିକି ଅପରାଧ ହେଲା ମଙ୍ଗଳି ଜେନା ହେଉ କି ସୋରଡା କାର୍ଯ୍ୟକର୍ତ୍ତା ହେଉ ସେ ଗରିବ ଘର ପିଲା ନରେନ୍ଦ୍ର ମୋଦି ଦେଶର ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ସେ ଏ କଥା ଓଡିଆ ଲୋକଙ୍କ କାନରେ କହିଲେ । ମୁଖ୍ୟମନ୍ତ୍ରୀ ମହାଶୟ ଏତେ ଅସହିଷ୍ଣୁ କଣ ପାଇଁ? ମନ୍ତ୍ରୀ ଆପଣଙ୍କର, ଦଳର ଲୋକମାନଙ୍କୁ ଛୁରା ମାଡ କଲେ, ବନ୍ଧୁକ ଦେଖାଇଲେ, ବିଜେପୁରରେ ଯେଉଁଠି ଆପଣ ପ୍ରାର୍ଥୀ ହୋଇଛନ୍ତି କମ୍ ସେ କମ୍ ଏତିକି ତ ଲାଜ ସରମ ଥିବା କଥା ସେଠି ଆମ ପ୍ରାର୍ଥୀଙ୍କ ଗାଡି ଉପରେ ଆକ୍ରମଣ କଲେ । ହିଞ୍ଜିଳିକାଟୁରେ ଆମ କାର୍ଯ୍ୟକର୍ତ୍ତାଙ୍କୁ ହଇରାଣ ହରକତ କରିବା ସହ ମାରପିଟ ପର୍ଯ୍ୟନ୍ତ କଥା ଯାଇଛି ।
ଭୁବନେଶ୍ୱରରେ ଆମେ ଲଢେଇଚୁ ଅପରାଜିତା ମହାନ୍ତିଙ୍କୁ । ଅପରାଜିତା ମହାନ୍ତି ଗୋଟିଏ ରାଜନୀତିକ ଦଳର କେବଳ କାର୍ଯ୍ୟକର୍ତ୍ତା ନୁହଁନ୍ତି, ଓଡିଶା ସାମାଜିକ ଜୀବନର ଜଣେ ପ୍ରତିଷ୍ଠିତ ନାଁ । ସେ ଜଣେ ଭଲ କଳାକାର । ତାଙ୍କର କଣ ଅଧିକାର ନାହିଁ ସେ ଯଦି ପସନ୍ଦ କଲେ ନରେନ୍ଦ୍ର ମୋଦିଙ୍କୁ ସର୍ମଥନ କରିବି ଓ ତାଙ୍କୁ ଭୁବନେଶ୍ୱରର ଘରେ ଘରେ ପହଁଞ୍ଚାଇବି, ଏଇଟା କଣ ତାଙ୍କର ଅପରାଧ ହେଲା । ଗତକାଲି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଆପଣ ବମ ପକାଇଲେ ଆପଣ ଓ ଆପଣଙ୍କର ବଚସ୍କରମାନେ । ଆପଣଙ୍କ ଗୁଣ୍ଡାବାହିନୀର ଲୋକମାନେ । ଏଥିପାଇଁ ଏଠାରେ ଆପଣ ଜଣେ ପୁଲିସଆ ଲୋକଙ୍କୁ ଆଣି ନିର୍ବାଚନ ଲଢାଉଛନ୍ତି ଯିଏ ଗୁଣ୍ଡାଗର୍ଦ୍ଦି କରିବା ପାଇଁ ତାଙ୍କୁ ଆପଣ ଦାୟିତ୍ୱ ଦେଇଛନ୍ତି । ବିଜୁ ଗୁଣ୍ଡା ବାହିନୀର ପ୍ରମୁଖ ଦାୟିତ୍ୱ ଆପଣ ଦେଇଛନ୍ତି । ରାଜ୍ୟ ତମାମ ହିଂସା, ଅପରାଧ, ଭୟର ବାତାବରଣ ଆପଣ ତିଆରି କରିବାକୁ ଚାହୁଁଛନ୍ତି । ମୁଁ ଆପଣଙ୍କୁ ବିନମ୍ର ଅନୁରୋଧ କରିବାକୁ ଚାହୁଁଛି ମୁଖ୍ୟମନ୍ତ୍ରୀ ମହାଶୟ ଏଇଟା ହାରିବାର ପୂର୍ବ ଲ କ୍ଷଣ । ମାରପିଟ କିଏ କରେ ? ଯାହାର ପାଦ ତଳୁ ମାଟି ଖସି ଯାଏ, ଯାହାର ଲୋକସର୍ମଥନ କମିଯାଏ । ଯଦି ଆପଣ କାମ କରିଛନ୍ତି, ଏତେ ଲୋକପ୍ରିୟ, ୪ ଥର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏତେ ଭୟ କଣ ପାଇଁ । ବାସନ ମଜାଳିର ପୁଅ, ଚା ବିକାଳିର ପୁଅ, ନିଜେ ଚା ବିକି ନିଜ ଗୋଡରେ ଛିଡା ହୋଇ ଆଜି ଦେଶର ଆର୍ଶୀବାଦ ପାଉଥିବା ଲୋକ ଯଦି ଓଡିଶା ଲୋକଙ୍କ ଭିତରେ ଏତେ ଆଦୃତ ହେଲା ଆପଣ କଣ ଏତେ ଅସହିଷ୍ଣୁ ?
ଆପଣ କଥା କଥା କେ ଆଇନ ତାହା ବାଟରେ ଯିବ ବୋଲି କହୁଥିବା କଥା ଆପଣଙ୍କର ଏ ଯେଉଁ ନକଲି ଚେହେରା ଥିଲା ଇଏ ଏବେ ରଙ୍ଗ ଖସିବା ଆରମ୍ଭ କଲାଣି । ମୁଁ ଆପଣଙ୍କୁ ନିବଦେନ କରୁଛି ଏ ସବୁ କାମରୁ କ୍ଷାନ୍ତ ହୁଅନ୍ତୁ । ଆପଣଙ୍କ ମନ ଭିତରେ ଯେଉଁ ଦମ୍ଭ ଓ ଅହଂକାର ଅଛି ଯେ ଆମେ ଓଡିଆ ଲୋକଙ୍କୁ ବୋକା ବନାଇ ପାରିବୁ, ଡରାଇ ପାରିବୁ, ଧମକାଇ ପାରିବୁ ସେ ଯୁଗ ଶେଷ ହେଉଛି । ଆପଣଙ୍କର ହାରିବ ଥୟ । ସ୍ପଷ୍ଟ ଭାବରେ ଲୋକେ ପରିବର୍ତ୍ତନ କଥା କହିଲେଣି । ମୁଁ ଆପଣଙ୍କୁ ଅନ୍ତିମ କଥା କହୁଛି । ଯେଉଁ ଯେଉଁ ଶାସକମାନେ ଅହଂକାରରେ ମଦମତ ହୋଇ ବୁଲେଟର ସାହାରା ନେଇଛନ୍ତି ତାଙ୍କୁ ସର୍ବସାଧାରଣ ବିଶେଷ କରି ଗରିବ ଲୋକେ ବାଲେଟରେ ଜବାବ ଦେଇଛନ୍ତି, ଭୋଟର ଜବାବ ଦେଇଛନ୍ତି । ଆପଣ ଆସନ ପରାଜୟରେ ରକ୍ତମୁଖା ହୋଇଯାଇଛନ୍ତି । ଓଡିଆ ଲୋକଙ୍କୁ ମାରିବା ଓ ହତ୍ୟା କରିବା ପର୍ଯ୍ୟନ୍ତ ପଛାଉ ନାହାନ୍ତି । ଆପଣଙ୍କ ଉପରକୁ କେହି ଆଖି ଉଠାଇଲେ ପ୍ଲାଗମାର୍ଚ୍ଚ ହୋଇଯାଉଛି । ଗିରଫ ହେଇଯାଉଛନ୍ତି ଲୋକମାନେ । ଆପଣଙ୍କ ମନ୍ତ୍ରୀଙ୍କୁ କେହି ବିରୋଧ କଲେ ୩୦୭ ଦଫାରେ ବୁକ ହେଇଯାଉଛି । କିନ୍ତୁ ଆପଣ ହତ୍ୟା କରିଲା ପରେ ବି ଆପଣ ପଣ୍ଡିତ ପୁଅ ଆପଣଙ୍କୁ ଚାରି ଖୁନ ମାଫ । ଆପଣ ବଡ ଘରର ପୁଅ । ସୁନା ଚାମଚ ଖାଇ ଜନ୍ମ ହୋଇଛନ୍ତି । ଆପଣ ଭାବୁଛନ୍ତି ଓଡିଶା ଆପଣଙ୍କ ଜାଗୀ । ଏଥର ଓଡିଆ ଲୋକମାନେ ବଦଳାଇବେ । ରାଜ୍ୟ ସରକାର ବଦଳିବା ଦରକାର ଏ ନାରା ଘରେଘରେ ଗୁଞ୍ଜରଣ ହେଲାଣି । ଆଉଥରେ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବେ ଏଯେଉଁ ଡର ଆପଣଙ୍କ ମନରେ ପସିଛି ଆପଣଙ୍କର ପ୍ରଜାତନ୍ତ୍ରରେ ଟିକେ ମାତ୍ର ଭରସା ଥାଏ ତାହାହେଲେ ହିଂସାରୁ ନିବୃତ ରହିବା ଦରକାର । ଏଇଟା ମୋର ଆପଣଙ୍କୁ ବିନମ୍ର ଅନୁରୋଧ ।

ନବୀନଙ୍କ ତପସ୍ୟା ଭାଙ୍ଗିଛନ୍ତି ଧର୍ମେନ୍ଦ୍ର