ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା କରଡ଼ଗଡ଼ିଆ ନିକଟରେ ଜଣେ ମହିଳାଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଛି । ମୃତଦେହ ନିକଟରେ ପାଣି ବୋଟଲ, ବିଷ ବୋତଲ, ଜୋତା ଓ ବ୍ୟାଗ ପଡ଼ିଥିବାର ଦେଖିବାକୁ ମିଳିଥିଲା । ହେଲେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ । ସ୍ଥାନୀୟ ଲୋକେ ଆଜି ସକାଳେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।