କଟକ ବଡ଼ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଓମ୍ଫେଡ୍ ପାର୍ଲର

କଟକ:ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ଡାକତରଖାନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି ।
ବଡ଼ ମେଡିକାଲ ପରିସର ପାଖରେ ଥିବା ଏକ ଓମଫେଡ ପାର୍ଲରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପାର୍ଲରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁସ ହୋଇଯାଇଛି । ମେଡିକାଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନିଆଁକୁ ଆୟତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସୁଦ୍ଧା ଜଣାପଡ଼ୁ ନାହିଁ । ତେବେ କଟକ ବଡ଼ ମେଡିକାଲ୍ରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବାରୁ ଏହାର ସୁରକ୍ଷା ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଉଛି । ଗତ ମାସରେ ଏହି ମେଡିକାଲ୍ରେ ପାଥଲୋଜି ବିଭାଗର ସାଇଟୋଲଜି ସେକ୍ସନର ଦୁଇଟି ଯାକ ରୁମ୍ରେ ନିଆଁ ଲାଗିଯାଇଥିଲା ।

ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର