ଜଟଣୀ ନାବାଳିକା ଦୁଷ୍କର୍ମ ଘଟଣାରେ ଟୁନାଙ୍କୁ ଗିରଫ ଓ ଆଇଆଇସିଙ୍କୁ ନିଲମ୍ବନ କରିବାକୁ ବିଜେପିର ଦାବି

ଜଟଣୀ: ଗତକାଲି ଜଟଣୀରେ ୬ବର୍ଷ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଆନନ୍ଦ ପ୍ରଧାନଙ୍କ ସହଯୋଗୀ ଟୁନା ସ୍ୱାଇଁଙ୍କୁ ଗିରଫ କରିବାକୁ ଦାବୀ କରିଛି ବିଜେପି । ଏହା ସହିତ ଜଟଣୀ ଥାନା ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ବିଜେପି ଦାବୀ କରିଛି । ପୁଲିସ ଯଦି ତୁରନ୍ତ ପଦକ୍ଷେପ ନେଇପାରିଥାଆନ୍ତା ଝିଅର ଜୀବନ ବଂଚିପାରି ଥାଆନ୍ତା ବୋଲି ବିଜେପି ଦଳ ପକ୍ଷରୁ କୁହାଯାଉଛି ।
ରାଜ୍ୟ ବିଜେପି ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଗତକାଲି ବିଜେପିର ଏକ ପ୍ରତିନଧିଦଳ ଘଟଣାସ୍ଥଳକୁ ଯାଇ ଝିଅର ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଏଭଳି ଅଭାବନୀୟ ଘଟଣା ରାଜ୍ୟ ପାଇଁ ଲଜ୍ୟା ଜନକ କଥା । ଜଟଣୀରେ ପୁଲିସ ସହାୟତାରେ ଗଞ୍ଜେଇ ଓ ବ୍ରାଉନ୍ସୁଗାର ବେପାର ଚାଲିଛି । ବିଜେଡିର ପ୍ରୋତ୍ସାହନରେ ଗଞ୍ଜେଇ ଓ ଅସ୍ତ୍ର ବେପାର କରୁଥିବା ଟୁନା ସ୍ୱାଇଁ ଏହି ଘଟଣା ପାଇଁ ସମ୍ପର୍ଣ୍ଣଭାବେ ଦାୟୀ ବୋଲି ଡ. ସାମନ୍ତସିଂହାର କହିଛନ୍ତି । ଅଭିଯୋଗ କରିବାପରେ ମଧ୍ୟ ଘଟଣା ସ୍ଥଳକୁ ପୁଲିସ ଯାଇନଥିଲା । ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ଶାସକ ବିଜେଡି, ପୁଲିସ ଓ ନିଶାବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ପୁଲିସ ଜଦି ଠିକ୍ ସମୟରେ ପହଂଚି ପାରି ଥାଆନ୍ତା ଝିଅଟିର ଜୀବନ ବଂଚିଯାଇ ଥାଆନ୍ତା । ସେ ଆହୁରୀ ମଧ୍ୟ କହିଥିଲେ, ଥାନାଠାରୁ ମାତ୍ର ୧କିଲୋମିଟର ଦୂରରେ ଏହି ଘଟଣା ଘଟିଥିବାବେଳେ ପୁଲିସକୁ ପହଂଚି ବାପାଇଁ ୪ଘଣ୍ଟା ଲାଗିଥିଲା । ଏହା କ’ଣ ନବୀନ ବାବୁଙ୍କ ସୁଶାସନ? ଏହା କ’ଣ ନାରୀଙ୍କୁ ସମ୍ମାନ, ଏହା କ’ଣ କମିଶନରେଟ ପୁଲିସର ପାରିବା ପଣିଆ?
ରାଜ୍ୟରେ ଏବେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ମୁଖ୍ୟ ଶାସନ ସଚିବ ତୁରନ୍ତ ଝିଅଟିର ପରିବାରକୁ ଅନୁକମ୍ପା ରାଷି ଘୋଷଣା କରନ୍ତୁ ବୋଲି ବିଜେପି ଏହି ପ୍ରତିନିଧି ଦଳ ଦାବୀ କରିଛନ୍ତି ।

ସ୍ତ୍ରୀ ହତ୍ୟା କରି ଦୋଷ ସ୍ୱୀକାର କଲା ସ୍ୱାମୀ