ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଓ ବିଧାନସଭା ପ୍ରାର୍ଥୀ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ 18ରେ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୩ ତାରିଖରେ ହେବ । ଏଥିରେ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ପୁରୀ ଲୋକସଭା ପ୍ରର୍ଥୀ ପିନାକୀ ମିଶ୍ର ଥିବା ବେଳେ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବବି ମହାନ୍ତି ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ । ଏଡିଆର୍‌ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ମୋଟ ସଂପତ୍ତି ପରିମାଣ ୧୧୭ କୋଟି ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସମ୍ୱଲପୁର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ । ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୨୬ କୋଟି । ତୃତୀୟ ସ୍ଥାନରେ ରହିଛନ୍ତି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କେପି ସିଂହଦେଓ । ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୧୫ କୋଟି ରହିଛି ।
ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବଡ଼ମ୍ବାର ବବି ମହାନ୍ତି ସବୁଠାରୁ ଧନୀ ଥିବା ବେଳେ ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୧୦୬ କୋଟି ୩୨ ଲକ୍ଷ ଟଙ୍କା ରହିଛି | ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତି ପରିମାଣ ୬୦ କୋଟି ରହିଛି । ତୃତୀୟ ବଡ଼ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୪୬ କୋଟି ରହିଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି ।

ଦାମଙ୍କ ପୁତ୍ର ମୋହ, ଧକ୍କା ଖାଇ ବି ନୀରବ