“ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌”ଫିଲ୍ମକୁ ନେଇ ଚର୍ଚ୍ଚାରେ ଅର୍ଜୁନ କପୁର

ମୁମ୍ବାଇ: ନିଜ ପର୍ସନାଲ ଲାଇପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର୍‌ ଏଥର ନିଜ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି | ଏଥର ସେ ଫିଲ୍ମ “ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌”ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ଇଣ୍ଟିଆନ୍‌ ମୁଜାହିଦିନ୍‌ ଆତଙ୍କବାଦୀଙ୍କ ଉପରେ ତିଆରି ହୋଇଛି । ଏହି ଫିଲ୍ମରେ ଅର୍ଜୁନ୍‌ କପୁର୍‌ ଏକ ଖାସ୍‌ ଚରିତ୍ରରେ ଅଭିନୟ କରୁଛନ୍ତି । ଫିଲ୍ମଟି ଚଳିତ ବର୍ଷ ମେ’୨୪ରେ ରିଲିଜ୍‌ ହେବ ବୋଲି କୁହାଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶକ ରାଜ୍‌ କୁମାର୍‌ ଗୁପ୍ତା ଅଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଭାର ଅମିତ୍‌ ତ୍ରିବେଦୀ ସମ୍ଭାଳିଛନ୍ତି । ଏକ ଆତଙ୍କବାଦୀ ଆଡ୍ଡାକୁ ଟ୍ରାକ୍‌ କରିବାରେ ସଫଳ ହୋଇ ବିନା ଗୁଳିରେ ସେଠାରେ ଥିବା ଆତଙ୍କବାଦୀଙ୍କୁ ଗିରଫ୍‌ କରାଯିବା ଉପରେ ଫିଲ୍ମଟି ତିଆରି ହୋଇଛି । ଏହି ଫିଲ୍ମରେ ଅର୍ଜୁନ୍‌ କପୁର୍‌ ବିହାର୍‌ ପୁଲିସ୍‌ ଅଫିସର୍‌ ଭୂମିକାରେ ଅଭିନୟ କରୁଛନ୍ତି । ଆତଙ୍କବାଦୀ ୟାସିନ୍‌ ଭଟ୍‌କଲ୍‌କୁ ଗିରଫ୍‌ କରିବା ପାଇଁ ବିହାର୍‌ ପୁଲିସ୍‌ ନେପାଳ ପର୍ଯ୍ୟନ୍ତ ଯାଇଥିଲା । ତେବେ ଅର୍ଜୁନ୍‌ ଏହି ଫିଲ୍ମରେ ବିହାର୍‌ ପୁଲିସ୍‌ ଭୂମିକାରେ ଅଭିନୟ କରୁଥିବା ନିଜେ ନିଶ୍ଚିତ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଆତଙ୍କବାଦୀଙ୍କୁ ଗୁଳି ନ ଚଳାଇ ଗିରଫ କରାଯାଇଥିଲା ।

ପୁଣି ଏକାଠି ନଜର ଆସିବେ ରଣବୀର କପୁର ଓ ଦୀପିକା ପାଦୁକୋନ