ଘିମିରିରୁ ରକ୍ଷା ପାଇଁ ଜାଣି ରଖନ୍ତୁ ଏହି ସବୁ ଉପାୟ

ଅତ୍ୟଧିକ ଖରାରେ ବୁଲିଲେ ଦେହରୁ ପ୍ରବଳ ଝାଳ ବାହାରିବା ସହିତ ଘିମିରି ମଧ୍ୟ ଏକ ବଡ଼ ସମସ୍ୟାରୂପେ ଉଭା ହୋଇଥାଏ । ଏହି ଘିମିରି ଯୋଗୁଁ ଶରୀର କୁଣ୍ଡାଇ ହେବା ସହ ଶରୀରର ବିଭିନ୍ନ ସ୍ଥାନରେ ଲାଲ ଦାନା ସୃଷ୍ଟି ହେବାଇଥାଏ ଏବଂ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଘିମିରି ଅଧିକାଂଶ ପିଠି, ହାତ ଏବଂ ବେକରେ ହୋଇଥାଏ । ଏ ସମସ୍ୟା ରକ୍ଷା ପାଇବାକୁ ବିଭିନ୍ନ ପ୍ରକାର ପାଉଡର ସହ ଲୋସନ ବ୍ୟବହାର କରାଯାଇଥାଏ । ଏହି ଘିମିରିରୁ ରକ୍ଷା ପାଇବାକୁ ହେଲେ ଘରୋଇ ଉପଚାର ମାଧ୍ୟମରେ ଏବଂ କମ ଖର୍ଚ୍ଚରେ ସମସ୍ୟାରୁ ରକ୍ଷାପାଇ ପାରିବେ ।
ଆସନ୍ତୁ ଜାଣିବା କେତୋଟି ଉପାୟ ବିଷୟରେ :
୧. କଂଚା ଆଳୁ ଘିମିରି ଦୂର ପାଇଁ ସବୁଠୁ ଭଲ ଘରୋଇ ଉପଚାର । ଆଳୁ ରସରେ ଗୋଲାପ ଜଳ ମିଶାଇ ପ୍ରଭାବିତ ସ୍ଥାନରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହି ପ୍ରକ୍ରିୟା ସ ପ୍ତାହେ ପର୍ଯ୍ୟନ୍ତ ଜାରି ରଖନ୍ତୁ ।ଦେଖିବେ ଘିମିରି ତ ଦୂର ହେବ ତାସାଙ୍ଗକୁ ଶରୀରକୁ ବେଶ ଆରାମ ଏବଂ ଥଣ୍ଡା ଅନୁଭୂତ ହେବ ।
୨. ମୁଲତାନି ମାଟି ଏବଂ ନିମ ପତ୍ର ସାହାଯ୍ୟରେମଧ୍ୟ ଘିମିରି ଭଲ କରିପାରିବେ । ଗୋଟିଏ ପାତ୍ରରେ ୩-୪ ଚାମଚ ମୁଲତାନିମାଟି ଏବଂ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ପ୍ରଭାବିତ ସ୍ଥାନରେ ଲଗାଇ ୨୦ ମିନିଟ୍ ଛାଡ଼ିଦିଅନ୍ତୁ । ପରେ ପାଣିରେ ଧୋଇଦିଅନ୍ତୁ । ସପ୍ତାହକୁ ୪ଥର ଏପରି କଲେ ଦେଖିବେ କେତେ ଆରାମମିଳୁଛି । ସେହିପରି ନିମ ପତ୍ରକୁ ଭଲଭାବେ ଧୋଇ ସେଥିରେ ପେଷ୍ଟ ତିଆରିକରନ୍ତୁ । ପ୍ରଭାବିତ ସ୍ଥାନରେ ପେଷ୍ଟ୍ର ଲେପଦିଅନ୍ତୁ । ସପ୍ତାହକୁ ୫ଥର ଏପରି କଲେଘିମିରି ଦୂର ହୋଇଥାଏ ।