ବଲିଉଡକୁ କରିପାରନ୍ତି ବାଏ ବାଏ

ଏକାଧିକ ବଲିଉଡ ଫିଲ୍ମିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅନୁଷ୍କାଶର୍ମା ଶୁଣିବାକୁ ମିଳୁଛି ବଲିଉଡକୁ ବାଏ ବାଏ କରିପାରନ୍ତି । ମାନେ ବଲିଉଡରୁ ବିଦାୟ ନେଇପାରନ୍ତି । ଫିଲ୍ମ ଜଗତରେ ସେ ଜଣେ ଲୋକପ୍ରିୟ ନାୟିକ । କ୍ରିକେଟର ବିରଟ କୋହଲୀଙ୍କୁ ବିବାହ କରି କ୍ରିକେଟ ଦୁନିଆରେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ତେବେ ବଲିଉଡର ନିମୀ ନାୟିକା ହୋଇ ମଧ୍ୟ ସେ ଇଣ୍ଡଷ୍ଟ୍ରି ଛାଡ଼ି ପାରନ୍ତି ବୋଲି ଗୁଜବ ଉଠିଛି । ଏହାର ପ୍ରଥମ କାରଣ, ବିବାହ ପରେ ଫିଲ୍ମରେ ମନ ନଦେଇ ଅନୁଷ୍କା ପରିବାର ସହ ବେଶି ସମୟ ବିତାଉଛନ୍ତି । ବଲିଡଡରେ ହେଉଥିବା କୌଣସି ଆୱାର୍ଡ ଶୋ ବା ଉତ୍ସବରେ ମଧ୍ୟ ଯୋଗ ଦେଉନାହାନ୍ତି । ପରି, ସଞ୍ଜୁ, ସୁଇଧାଗା ଓ ଜିରୋ ଆଦି ଫିଲ୍ମ ସେ ବିବାହ ପୂର୍ବରୁ ସାଇନ କରିଥିଲେ । ଏବେ ତାଙ୍କ ପାଖରେ କୌଣସି ଫିଲ୍ମ ନାହିଁ । ଦ୍ୱିତୀୟ କାରଣ ହେଉଛି, ସମ୍ବାଦିକ ଅରୁଣ ତେଜପାଲଙ୍କ ଦ୍ୱାରା ଲିଖିତ ବହି ‘ଦ ଷ୍ଟୋରୀ ଅଫ ମାଇଁ ଆସାସିନ୍ସ’ ଉପରେ ଏକ ୱେବ ସିରିଜ ନିର୍ମାଣ ହେବାକୁ ଯାଉଛି । ଯାହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ନିଜେ ଅନୁଷ୍କା । ମାତ୍ର ସେ ଏ ଦିଗରେ ଧ୍ୟାନ ଦେଉନାହାଁନ୍ତି । ଏହି କାରଣରୁ ୱେବ ସିରିଜର କେତେକ ସଦସ୍ୟ ତାଙ୍କ ଉପରେ ଖପ୍ପା ଅଛନ୍ତି । ଅନୁଷ୍କାଙ୍କ ପ୍ରଡକ୍ସନ ହାଉସ ଏକ ଫିଲ୍ମ ନିର୍ମାଣ କରିବ ବୋଲି ଖବର ମିଳିଥିଲା । କିନ୍ତୁ ତା’ର ସୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ତେବେ ଏନେଇ ଅନୁଷ୍କା ଚୁପ ରହୁଥିବାରୁ ତାଙ୍କ ଇଣ୍ଡଷ୍ଟ୍ରି ଛାଡ଼ିବା ଖବରକୁ ସିନେପ୍ରେମୀ ଓ ଫ୍ୟାନମାନେ ଦ୍ୱନ୍ଦରେ ଅଛନ୍ତି ।