କେନ୍ଦ୍ରାପଡ଼ାରେ ପୁଣି ଏନକାଉଣ୍ଟର, ଦୁର୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ଜୁନପୁର ଛକ ନିକଟରେ ପୁଣି ଏନ୍କାଣ୍ଟର ହୋଇଛି । ପୁଲିସର ଗୁଳିରେ ଦୁର୍ଦାନ୍ତ ଅପରାଧୀ ସେକ୍ ନଦୀମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କ ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ନଦୀମ ପାଖରୁ ଗୋଟିଏ ପିସ୍ତଲ ସହ ଅନ୍ୟାନ୍ୟ ମାରଣାଅସ୍ତ୍ର ପୁଲିସ ଜବତ କରିଛି । ତା’ନାରେ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲା ୧୪ରୁ ଅଧିକ ମାମଲା ରହିଛି ।
ଘଟଣାରୁ ପ୍ରକାଶ , ଆଜି ନଦୀମ ଜଣେ ସହଯୋଗୀଙ୍କୁ ବନ୍ଧୁକ ଦେବାକୁ ନିଜ ଗାଁ କରଷିଣାନନ୍ଦପୁରକୁ ଆସିଥିଲା । ପୁଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଯାଇଥିଲା । ଏହାପରେ ପାଟକୁରା ଥାନା ସହ ସ୍ପେଶାଲ ସ୍କ୍ୱାର୍ଡ ସେଠାରେ ପହଂଚି ତାକୁ ଧରିବାକୁ ଉଦ୍ୟମ କରିଥିଲେ । ନଦୀମ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରୁଥିବାବେଳ, ପୁଲିସ ନଦୀମର ଗୋଡ଼କୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ । ଫଳରେ ନଦୀମର ବାମ ଗୋଡ଼ରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ ।