ଶ୍ରୀଲଙ୍କାରେ ୮ମ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୩୫ ବିଦେଶୀ ନାଗରିକ

କଲମ୍ବୋ : ଶ୍ରୀଲଙ୍କାରେ ଆଜି ୮ଟି ସ୍ଥାନରେ ବିସ୍ଫୋରଣ ହୋଇଛି । ଏଥିରେ ମୃତ୍ୟୁ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩୫ ଜଣ ବିଦେଶୀ ନାଗରିକ । ସାରା ଶ୍ରୀଲଙ୍କାରେ କର୍ଫୁ ଜାରି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ଅନୁମାନ କରାଯାଉଛି । ତିନୋଟି ଚର୍ଚ୍ଚ ଓ ତିନୋଟି ହୋଟେଲରେ ଏହି ବିସ୍ଫୋରଣ ହୋଇଥିବା ବେଳେ ଆଉ ୨ଟି ସହର ଭିତରେ ଥିବା ଚର୍ଚ୍ଚାରେ ବିସ୍ଫୋରଣ ହୋଇଛି । ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।

ଶ୍ରୀଲଙ୍କାରେ ବଡ଼ ଧରଣର ବିସ୍ଫୋରଣ : ୧୩୮ ମୃତ,୪୦୦ ଗୁରୁତର ଆହତ