ରାଜଧାନୀରେ ନିଆଁର ବର୍ଷା 

ଭୁବନେଶ୍ୱର: ଆଜି ରାଜଧାନୀରେ ଦେଖିବାକୁ ମିଳିଛି ନିଆଁର ବର୍ଷା । ଏଯାଏଁ ଏମିତି ତାତି ଦେଖିବାକୁ ମିଳି ନ ଥିଲା । ଏବର୍ଷ ଉଗ୍ର ରୂପ ନେଲା ଗ୍ରୀଷ୍ମ ପ୍ରବାହ । ପାରଦ ଡ଼ିଆଁ ମାରି ୪୩.୭ଡିଗ୍ରି ସେଲ୍ସିୟସରେ ପହଁଚିଂଲା । ଦିନକରେ ଭୁବନେଶ୍ୱରରେ ତାପମାତ୍ରା ୪.୧ଡଗ୍ରୀ ବଢ଼ିଗଲା । ଏଭଳି ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି ରାଜଧାନୀ ବାସୀ ।
ସୋମବାରରେ ରାଜଧାନୀର ତାପମାତ୍ରା ୩୯.୬ଡିଗ୍ରୀ ଥିଲା । ଆଜି ୪୩.୭ ଡିଗ୍ରି ଛୁଇଁଛି । ଏଥିରୁ ଅନୁମାନ କରାଯାଇପାରେ ଆଜି ଗ୍ରୀଷ୍ମ ପ୍ରବାହ କିଭଳି ଭୟାନକ ରୂପ ନେଇଥିଲା । ପାଣିପାଗ କେନ୍ଦ୍ରରୁ ସୂଚନା ଆସନ୍ତାକାଲିଠୁ କ୍ରମଶଃ ଆଶ୍ୱସ୍ତି ମିଳିବ । ବିଶେଷକରି ଭୁବନେଶ୍ୱର ତାପମାତ୍ରା ୪୦ଡିଗ୍ରୀକୁ ଖସି ଆସିବ । ଆଜି ରାଜ୍ୟରେ ୮ଟି ସହରରେ ୪୦ଡିଗ୍ରୀ ଉପରେ ତାପମାତ୍ରା ଥିଲା । ତାଲଚେର ତାପମାତ୍ରା ୪୩.୩ ଡିଗ୍ରୀ ଥିଲା । ଆଜି ଅନୁଗୁଳର ତାପମାତ୍ରା ୪୨.୭, ଟିଟାଲଗଡ଼ରେ ୪୨, କଟକରେ ୪୧.୧, ମାଲକାନଗିରି ୪୦.୮, ଚାନ୍ଦବାଲି ୪୦.୫ ଓ ଝାରୁଗୁଡ଼ାରେ ୪୦ଡିଗ୍ରି ସେଲସିୟସ ତାପମାତ୍ରା ଥିଲା । ଆଜି ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର , ଭଦ୍ରକ, ନୂଆପଡ଼ା, ନବରଙ୍ଗପୁର, ଓ କଳାହାଣ୍ଡିରେ କାଳବୈଶାଖି ହେବାର ସମ୍ଭାବନା ରହିଛି, ପାଣିପାଗ ପକ୍ଷରୁ ସୂଚନା ମିଳିଛି ।