ବର୍ଦ୍ଧିତ ଓଜନକୁ କମାଇବାକୁ ଚାହୁଁଛନ୍ତି କି ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ୱର : ନିଜକୁ ସୁସ୍ଥ ରଖିବାକୁ ଅନେକ ଲୋକେ ସକାଳୁ ଉଠି ଉଷୁମ ପାଣି ପିଇଥାନ୍ତି । ଡ଼ାକ୍ତର ମାନେ ଉଷୁମ ପାଣି ପିଇବା ପାଇଁ ପରାମର୍ଶ ମଧ୍ୟ ଦେଇଥାନ୍ତି । କାରଣ ଉଷୁମ ପାଣି ପିଇବା ଦ୍ୱାରା ଶରୀର ସକ୍ରିୟ ହେବା ସହ ସତେଜନା ଅନୁଭବ ହୋଇଥାଏ । ରାତିରେ ପାଣି ପିଇବା ଦ୍ୱାରା ବାରମ୍ବାର ୱାସରୁମ ଯିବାକୁ ପଡିଥାଏ ବୋଲି କିଛି ଲୋକ ରାତିରେ ପାଣି ପିଅନ୍ତି ନାହିଁ । କିନ୍ତୁ ଡ଼ାକ୍ତରଙ୍କ କହିବାନୁସାରେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଦ୍ୱାରା ନିଦ ଭଲ ହେବା ସହ ଶରୀର ମଧ୍ୟ ଠିକ ରହିଥାଏ ।
ଚିନ୍ତାରୁ ମୁକ୍ତି: ଡ଼ାକ୍ତରଙ୍କ ମତନୁସାରେ, ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଶରୀରରେ ଚିନ୍ତା ବଢିଥାଏ । ଏହା ନିଦ ଉପରେ ପ୍ରଭାବ ପକାଇଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ଯାହା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବ ।
ପାଚନ ପ୍ରକ୍ରିୟା ଠିକ କରିଥାଏ : ଗରମ ପାଣି ପିଇବା ଦ୍ୱାରା ଖାଇବା ଶୀଘ୍ର ପାଚନ ହେବାରେ ସହୟକ ହୋଇଥାଏ । ଦିନ ଅପେକ୍ଷା ରାତି ସମୟରେ ଆମର ପାଚନ କ୍ରିୟା କମ ହୋଇଥାଏ । ସେଥିପାଇଁ ରାତିରେ ଗରମ ପାଣି ପିଇବା ଦ୍ୱାରା ପାଚନ ଠିକ ଭାବେ ହୋଇଥାଏ ।
ଓଜନ କମ କରିଥାଏ : ବର୍ଦ୍ଧିତ ଓଜନ ପାଇଁ ସମସ୍ତେ ଚିନ୍ତିତ । ଗରମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଓଜନ କମାଇବାକୁ ଚାହୁଁଥିଲେ ସକାଳେ ଓ ରାତିରେ ଉଷୁମ ପାଣି ପିଅନ୍ତୁ ।

କାନରେ ପୋକ ପଶିଛିକି ? ଆପଣାନ୍ତୁ ଏହି ଉପାୟ, ଯନ୍ତ୍ରଣାଠୁ ପାଇପରିବେ ମୁକ୍ତି