ଥମିଲା ବେଦାନ୍ତ ଆଲୁମିନା ଶ୍ରମିକ ଉତ୍ତେଜନା

କଳାହାଣ୍ଡି: ଲାଞ୍ଜିଗଡ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ସୋମବାର ଦେଖାଯାଇଥିଲା ଶ୍ରମିକ ଉତ୍ତେଜନା ଶାନ୍ତ ହୋଇଛି । ଏସପିଙ୍କ ଅଧ୍ୟକ୍ଷତାରେ ଆନ୍ଦୋଳନକାରୀ ଓ ବେଦାନ୍ତ କତ୍ତୃପକ୍ଷଙ୍କ ବମଧ୍ୟରେ ଆପୋସ ସମାଧାନ ହୋଇଛି । ବେଦାନ୍ତ ପକ୍ଷରୁ ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ସୋମବାର ଦିନ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନକୁ ସୁରକ୍ଷାକର୍ମୀମାନେ ଅଟକାଇବାକୁ ଚେଷ୍ଟା କରିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶ୍ରମିକମାନେ ଘଟଣାସ୍ଥଳରେ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଥିଲେ । ଶ୍ରମିକ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ ।

କଳାହାଣ୍ଡି: ବେଦାନ୍ତର କାରଖାନା ଆଗରେ ଜଣେ ବିକ୍ଷୋବକାରୀ ସୁରକ୍ଷାକର୍ମୀଙ୍କ ଲାଠିମାଡରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି