ଜମି ବିବାଦ: ପରିବାର ମଧ୍ୟରେ ମରଣାତ୍ମକ ଆକ୍ରମଣ, ୮ଜଣ ଆହତ

ସୋର: ପୁଣି ଜମିବିବାଦକୁ ନେଇ ରାଜ୍ୟରେ ପ୍ରମୁଖ ଜିଲ୍ଲାରେ ଦେଖାଦେଲା ଅସନ୍ତୋଷ | ତେବେ ଏହି ଜିଲ୍ଲା ହେଉଛି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଖଣ୍ଡାସାହି ଗାଁରେ | ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ରଞ୍ଜିତା ମହାଳିକଙ୍କ ଘର ସମ୍ମୁଖରେ ତାଙ୍କର ପୁତୁରା ଜଗନ୍ନାଥ ଗାତ ଖୋଳୁଥିଲେ । ସେଠାରେ ଗାତ ନଖୋଳିବାକୁ ରଞ୍ଜିତା ତାଙ୍କୁ କହିଥିଲେ । ଏହା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଥିରେ ଉଭୟ ପକ୍ଷର ଅନ୍ୟ ସଦସ୍ୟମାନେ ବି ସାମିଲ ହୋଇଥିଲେ ଏବଂ ପରସ୍ପରକୁ ଠେଙ୍ଗା ଓ ରଡ୍‌ରେ ଆକ୍ରମଣ କରିଥିଲେ । ଏଥିରେ ସମସ୍ତଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉଭୟ ପକ୍ଷ ସୋର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି । ତେବେ ସାମାନ୍ୟ କିଛି ଜାଗା ଲାଗି ଏପରି ମରଣାତ୍ମକ ଆକ୍ରମଣ କରିବା କେତେ ଯର୍ଥାତତା ରହିଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

ସମ୍ପର୍କରେ ଲାଗିଲା ନିଆଁ, ସାନ ଭାଇକୁ ହାଣିଲା ବଡ ଭାଇ