ସାବଧାନ! ହୋଇପାରେ ଗଳାକ୍ୟାନ୍ସର କାରଣ ଏହା ହୋଇପାରେ…

ଭୁବନେଶ୍ୱର: ମଣିଷ ଯେତିକି ସୁସ୍ଥ ରହିବାର ଅନୁଭବ କରିଥାଏ ପ୍ରକୃତରେ ସେତିକି ସେ ସୁସ୍ଥ ରହିନଥାଏ | ଅନେକ ସମୟରେ ଥଣ୍ଡାରେ ତଣ୍ଟି ବ୍ୟଥା ହୋଇଥାଏ । ବର୍ଷାଦିନେ ହେଉ ଅବା ଶୀତ ଦିନରେ ଥଣ୍ଡା ଅଧିକ ହୋଇଥାଏ | ଏହି ସମୟରେ ଗଳା ଦରଜ ହେବା ସହ ବେଳେବେଳେ ସ୍ୱର ମଧ୍ୟ ପରିବର୍ତ୍ତନ ହୁଏ । ହେଲେ ସବୁ ସମୟରେ ଥଣ୍ଡା ପାଇଁ କେବଳ ଗଳା ଦରଜ ହେଉଛି ଭାବନ୍ତୁ ନାହିଁ, ଏହା ବଡ଼ ସମସ୍ୟା କିମ୍ବା କ୍ୟାନ୍‌ସର୍‌ର ମଧ୍ୟ ସଙ୍କେତ ହୋଇଥାଇପାରେ । ତେବେ ଏଭଳି ସଙ୍କେତ ଦେଖାଦେଲେ ଅବହେଳା ନ କରି ଡାକ୍ତରଙ୍କ ସହ ନିଶ୍ଚିତ ସାକ୍ଷାତ କରନ୍ତୁ ।


:କଣ୍ଠସ୍ୱର ପରିବର୍ତ୍ତନ ହେବା ବା ଆବାଜ ମୋଟା ଶୁଭିବା ।
:ଖାଇଲାବେଳେ ଖାଦ୍ୟ ଗିଳିବାରେ ଅସୁବିଧା ଦେଖାଯିବା ।
:ଦୀର୍ଘ ସମୟ ପର୍ଯ୍ୟନ୍ତ ତଣ୍ଟିବ୍ୟଥା ରହିବା ।
:କାଶିବା ସମୟରେ କଫ ସହ ରକ୍ତ ପଡ଼ିବା ।
:ବେକରେ ଅଧିକ ସମୟ ଧରି ଦରଜ ଲାଗି ରହିବ ।
:ଦୀର୍ଘ ସମୟ ଧରି କାନରେ ଦରଜ ରହିବା ମଧ୍ୟ ଗଳା କ୍ୟାନ୍‌ସର୍‌ର କାରଣ ହୋଇପାରେ ।