ବିଜେଡି: ୨୦୧୪ ସ୍ଥତି ୨୦୧୯ ରେ ନାହିଁ

ଭୁବନେଶ୍ୱର : ବିଜେଡି ଆସନ୍ତା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ଏବେ ଦଳରୁ ଜଣକ ପରେ ଜଣେ ସାଂସଦ ଓ ବିଧାୟକଙ୍କ ଇସ୍ତଫାର ଧାଡି ଲାଗିଛି । ଅନ୍ୟ ନେତାମାନେ ବି ଦଳ ଛାଡୁଛନ୍ତି । ୨୦୧୪ ନିର୍ବାଚନରେ କଂଗ୍ରେସର ଯେଉଁ ସ୍ଥିତି ଦେଖାଦେଇଥିଲା ଏବେ ସମାନ ସ୍ଥତି ଓ ତାଠାରୁ ଅଧିକ ପରିସ୍ଥିତି ଦେଖାଦେଇଛି ବିଜେଡିରେ ଜଣଙ୍କ ପରେ ଜଣେ ନେତା ବିଜେଡି ଛାଡିବା ଘଟଣାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା ଯୋର ଧରିଛି । ଏଭଳି ସ୍ଥତି ବିଜେଡି ଗଠନ ହେବା ପରଠାରୁ କେବେ ଦେଖା ଯାଇନଥିଲା । ଦଳ ପାଇଁ ଏହା ଶୁଭସଙ୍କେତ ନୁହେଁ ବୋଲି ମଧ୍ୟ କୁହାଯାଉଛି ।
ଟିକେଟ ଘୋଷଣା ପୁର୍ବରୁ ପ୍ରଥମେ ସାଂସଦ ତଥାଗତ ସତପଥୀ ଦଳରୁ ଦୂରେଇ ଗଲେ । ଟିକେଟ ଘୋଷଣା ପରେ ବର୍ତ୍ତମାନ ସୁଦ୍ଧା ୩ ସାଂସଦ ଓ ୪ ବିଧାୟକ ଇସ୍ତଫା ଦେଇସାରିଲେଣି ।ଏଥିରେ ସାଂସଦ ବଳଭଦ୍ର ମାଝୀ, ଅର୍କକେଶରୀ ସିଂଦେଓ ଓ ପ୍ରତ୍ୟୁଷା ରାଜେଶ୍ୱରି ସିଂହ ଏବଂ ବିଧାୟକ ସୁକାନ୍ତ ନାୟକ, ଦେବରାଜ ମହାନ୍ତି, ତ୍ରିନାଥ ଗମାଙ୍ଗ ଓ ପୁର୍ଣ୍ଣ ଚନ୍ଦ୍ର ନାୟକ ବର୍ତ୍ତମାନ ସୁଦ୍ଧା ଇସ୍ତଫା ଦେଇଛନ୍ତି । । ଆଉ କିଛି ବିଧାୟକ ଓ ସାଂସଦ ଇସ୍ତଫା ଦେବା ନେଇ ସୂଚନା ମଧ୍ୟ ମିଳୁଛି । ଦଳ ପ୍ରଥମ ପର୍ଯ୍ୟାୟରେ ମାତ୍ର ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏତିକିରେ ଏତେ ଲୋକ ଇସ୍ତଫା ଦେଲେଣି ଆଗକୁ ଆହୁରି ତାଲିକା ଘୋଷଣା ବାକି ଅଛି । ସେତେବେଳେ ପରିସ୍ଥିତି କଣ ହେବା ତାହା ଚିନ୍ତାର ବିଷୟ ବୋଲି କୁହାଯାଉଛି ।
ବିଜେଡିରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛି ତାହା ନୁହେଁ, ୨୦୧୪ ନିର୍ବାଚନରେ ଦଳ ପ୍ର୍ରାୟ ୩୦ ରୁ ୪୦ ଜଣ ବିଧାୟକ ଟିକେଟ କାଟିଥିଲା । ହେଲେ ସେତେବେଳେ ଏଭଳି ପ୍ରତିକ୍ରିୟାଶିଳ ହୋଇ ଦଳ ଛାଡିନଥିଲେ । ଦଳ ସେମାନଙ୍କୁ ବୁଝାଇ ବିଦ୍ରୋହି ନହେବା ପ୍ରବର୍ତ୍ତାଇବାରେ ସମର୍ଥ ହୋଇଥିଲା । କିନ୍ତୁ ଏଥର ଏପରି କାହିଁକି ହେଉଛି ଏନେଇ ନା ନା ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି ।
ଏଥିରେ କେହି କେହି କହୁଛନ୍ତି ସେତେବେଳେ କଂଗ୍ରେସ ଛାଡି ନେତମାନେ ବିଜେଡିକୁ ଯାଉଥିଲେ । କାରଣ କଂଗ୍ରେସରେ ନେତାମାନେ ଅସୁରକ୍ଷିତ ଭାବୁଥିଲେ । ସେତେବେଳେ ବିଜେଡି ହିଁ ଏକମାତ୍ର ଶକ୍ତିଶାଳି ଦଳଭାବେ ଉଭା ହୋଇଥିଲା । ବିଜେପିକୁ ଲୋକଙ୍କର ଆଗ୍ରହ ନଥିଲା । ଏଣୁ ବିଜେଡି ଦଳିଅ ଟିକେଟ କାଟିଲେବି ନେତାମାନଙ୍କ ପାଖରେ ଆଉ କୁଆଡକୁ ଯିବାର ସୁଯୋଗ ନଥିଲା । ସେମାନଙ୍କ ପାଖରେ ସେପରି କିଛି ଖାସ ବିକଳ୍ପ ନଥିବାରୁ ଦଳରେ ପଡିରହିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏବେ ରାଜନୈତିକ ପରିସ୍ଥତି ସମ୍ପୂର୍ଣ୍ଣ ଭିନ୍ନ । ବିଜେପି ଆସନ୍ତା ନିର୍ବାଚନ ପାଇଁ ରଜ୍ୟରେ ଏକ ଶକ୍ତିଶାଳି ଦଳ ଭାବରେ ଉଭା ହୋଇଛି । କେନ୍ଦ୍ରରେ ବିଜେପି କ୍ଷମତାରେ ଥିବାରୁ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ କରିବା । ଲୋକଙ୍କ ମନରେ ଭରଷା ମଧ୍ୟ ଆଣିବାରେ ସମର୍ଥ ହୋଇଛି । ଅନ୍ୟ ପଟରେ କଂଗ୍ରେସରେ ନିରଞ୍ଜନ ପଟ୍ଟନାୟକ ପିସିସି ହେବାପରେ ଯଦିଓ ଦଳପ୍ରତି ଏକତା ବିଶ୍ୱାସ ସୃଷ୍ଟି ହୋଇପାରିନାହିଁ କିଛିଟା ଆଶା ସଂଞ୍ଚାର ହୋଇଛି । ଏହି କ୍ଷେତ୍ରରେ ଟିକେଟ କଟିଲା ପରେ ବିଜେଡି ଛାଡି ନେତାମାନେ ଚାଲିଯାଉଛନ୍ତି । ସେମାନେ ବିଜେପି ମୁହାଁ ହେଉଥିବା ଦେଖାଯାଉଛି ।
ଆଉ ଏକ କଥା ଆଲୋଚନା ହେଉଛି ଯେ, ସମସ୍ତେ ଭାବୁଛନ୍ତି ଏହି ନିର୍ବାଚନରେ ପ୍ରାର୍ଥୀ ହୋଇନପାରିଲେ ସେମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯିବ । ବିଜେଡିରେ ରହିବାର କିଛି ଆଉ ଯଥାର୍ଥତା ନାହିଁ । କାରଣ ଏମାନଙ୍କ ମନରେ ଏକ ଧାରଣା ହୋଇଛି । ଏହି ନିର୍ବାଚନ ପରେ ପରବର୍ତ୍ତି ଯେଉଁ ନିର୍ବାଚନ ଆସିବ ସେତେବେଳେ ଦଳର ସ୍ଥିତି କଣ ଥିବ ତାହା କହିବା କଷ୍ଟକର । ଦଳର ଆଗାମୀ ଭବିଷ୍ୟତକୁ ନେଇ ସେମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ବିଜେଡି ରହିବକି ଭାଙ୍ଗିଯିବ ଏନେଇ ମଧ୍ୟ ସେମାନଙ୍କ ମନରେ ସନ୍ଦେହ ରହିଛି । ୨୦୧୪ ବେଳେ ସେମନେ ବିଜେଡି ଉପରେ ଯେଉଁ ଭରଷା ଦଳର ସ୍ଥିତିକୁ ନେଇ ରଖି ପାରୁଥିଲେ । ଏଥର ତାହା ରଖି ନପାରିବା କୁହାଯାଉଛି ।

ଅବଶ୍ୟ ବିଜେଡି ନେତାମାନେ ଯାହା କହୁଛନ୍ତି ତାହାବି ଏକ ପ୍ରକାର ସତ ହୋଇପାରେ । ବିଜେଡି ଓଡ଼ିଶାରେ ଏକ ପ୍ରମୁଖ ରାଜନୈତିକ ଦଳ । ଏଥିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ହେବା ସ୍ୱଭାବିକ । ଏଣୁ ଯେଉମାନେ ବଞ୍ଚିତ ହେଉଛନ୍ତି ସେମାନେ ବିକଳ୍ପ ଖୋଜୁଛନ୍ତି ।

୯ ଆସନ ନେଇ ଦ୍ୱନ୍ଦ୍ୱରେ ନବୀନ