ଶାସ୍ତ୍ର ଅନୁଯାୟୀ: ଚା’ପିଇବା ସମୟରେ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ…

ଭୁବନେଶ୍ୱର(ଓଏନଏ): ଚା’ ପଇବା ପାଇଁ ବହୁ ଲୋକଙ୍କ ନିତିଦିନିଆ ଅଭ୍ୟାସ ମଧ୍ୟରୁ ଗୋଟିଏ । ଚା’ ପିଇବା ବିନା ବହୁ ଲୋକଙ୍କ ଦନର ପ୍ରାରମ୍ଭ ଯେପରି ଅସମ୍ଭବ ଲାଗିବ ସହ ଦିନଟି ତାଙ୍କ ସମ୍ପୂର୍ଣ୍ଣ ଭାବେ ଅତିବାହିତ ହୋଇନଥିବା ପରି ଲାଗିଥାଏ । ବହୁ ଲୋକଙ୍କର ଚା’ ପିଇବା ଆବଶ୍ୟକ ଓ ଅଭ୍ୟାସ ଭାବେ ପରିଣତ ହୋଇସାରିଛି ।ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଚା’ର ସମ୍ବନ୍ଧ ଶନିଗ୍ରହଙ୍କ ସହ ରହିଛି । ତେବେ ଏପରି କେତେକ କଥା ରହିଛି ଯାହା ଚା’ ପିଇବା ସମୟରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଜାଣନ୍ତୁ ସେହି କଥା ବିଷୟରେ…
.ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଖରାପ ରହିଛି ।, ସେମାନେ ଚା’ପିଇବା ଉଚିତ ନୁହେଁ । ବରଂ ଚା’ପ୍ରସ୍ତୁତ କରି ଅନ୍ୟମାନଙ୍କୁ ପିଇବାକୁ ଦେବା ଉଚିତ । ଏପରି କରିବା ଦ୍ୱାରା ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିଥାଏ ।
. ଯେଉଁମାନେ ଅଧିକ କ୍ଷୀରରେ ପ୍ରସ୍ତୁତ ଚା’ପିଅନ୍ତି, ସେମାନେ ସୁଖ ଓ ଐଶ୍ୱର୍ଯ୍ୟ ଜୀବନ ପ୍ରାପ୍ତି ସହ ସଫଳତା ମଧ୍ୟ ପାଇଥାଆନ୍ତି ।
.ବହୁ ଲୋକଙ୍କୁ ମସଲା ଚା’ପିଇବାକୁ ପସନ୍ଦ କରିଥାନ୍ତି । ଏହି ପ୍ରକାରର ଲୋକେ ଅଧିକ ପରିଶ୍ରମ କରି ସଫଳତା ପାଇଥାଆନ୍ତି ।
.ବହୁ ଲୋକଙ୍କୁ ନାଲି ଚା’ପିଇବା ଖୁବ ପସନ୍ଦ । କୁହାଯାଏ ଯେ, ଏହି ପ୍ରକାରର ଲୋକେ ଖୁବ ବୁଦ୍ଧିଜୀବୀ ଓ ପ୍ରତିଷ୍ଠାବାନ ଅଟନ୍ତି । ଆର୍ଥିକ କ୍ଷେତ୍ରରେ ମଧ୍ୟ ଖୁବ ଉନ୍ନତି କରିଥାଆନ୍ତି ।

କଞ୍ଚା କ୍ଷୀର ପିଇବାର କଣ ରହିଛି ଉପକାରିକା, ଜାଣନ୍ତୁ ଏହି ଖବରରେ..