ତୈମୁର ମୋତେ ମୋଟା ଲାଗୁଛି କହିଲେ ମାଆ କରୀନା କପୁର..

ମୁମ୍ବାଇ: ପୁଣି ଟ୍ରୋଲ ହେଲେ ବଲିଉଡ ଅଭିନେତ୍ରୀ କରୀନା କପୁର | ତେବେ ଏଥର ସେ ତାଙ୍କ ନିଜସ୍ୱ କାରଣ ପାଇଁ ନୁହେଁ ବରଂ ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନଙ୍କ ପାଇଁ ଟ୍ରୋଲ ହୋଇଛନ୍ତି | ତେବେ ତାଙ୍କର ଅନେକ ସମୟରେ ବିଭିନ୍ନ ଫଟୋ ଭାଇରାଲ ହେଉଥିବା ଦେଖା ଯାଉଥିବା ବେଳେ ତାଙ୍କର ଗୋଟେ ଗୋଟେ ଫଟୋ ୧୫୦୦ଟଙ୍କାରେ ବିକ୍ରି ହେଉଥିବା କଥା ମଧ୍ୟ ସାମ୍ନାକୁ ଆସି ସାରିଛି । ତେବେ ଅନେକ ସମୟରେ ତୈମୁରଙ୍କ ପାଇଁ କରୀନାଙ୍କୁ ଲୋକେ ଟ୍ରୋଲ କରିଥାନ୍ତି । କିଛି ଦିନ ତଳେ ତୈମୁରଙ୍କ ଏକ ଫଟୋ ଦେଖି, “ତୈମୁରଙ୍କୁ ଦେଖି ଲାଗୁଛି ତାଙ୍କୁ ଖାଇବାକୁ ମିଳୁ ନାହିଁ । ଭୋକିଲା ଥିବା ଜଣା ପଡ଼ୁଛି । କରୀନା ଭଲ ମା’ ନୁହନ୍ତି” ବୋଲି କହି ଲୋକେ ଟ୍ରୋଲ କରିଥିଲେ ।ଯାହାର ଜବାବ ରଖି କରୀନା, “ତୈମୁର ଭୋକିଲା ନୁହେଁ । ମୋତେ ତ ଲାଗୁଛି, ସେ ଆଜିକାଲି ବହୁତ ଖାଉଛି । ମୋତେ ତ ସେ ମୋଟୋ ହେବା ଭଳି ଲାଗୁଛି ବୋଲି କରୀନା କହିଛନ୍ତି ।

ଆଶ୍ଚର୍ଯ୍ୟ ହୋଇଯିବେ ତୈମୁରର ସ୍କୁଲ ଫିସ୍ ଜାଣି, ପଢନ୍ତୁ ଏହି ଖବରରୁ…