ମହନତାର ପରିଚୟ ଦେଲେ ସୋନୁ ସୁଦ, ପୁଲୱାମା ଆକ୍ରଣରେ ସହିଦ ଯବାନଙ୍କ ପରିବାରକୁ କଲେ ସାହାର୍ଯ୍ୟ…

ଚଣ୍ଡିଗଡ଼: ମହନତାର ପରିଚୟ ଦେଲେ ବଲିଉଡ ଅଭିନେତା ସୋନୁ ସୁଦ୍‌ | ତେବେ ସବୁବେଳେ ନିଜ ଅଭିନୟଯ ଲାଗି ଚର୍ଚ୍ଚାରେ ରହୁଥିବା ସୋନ ବର୍ତ୍ତମାନ ସହିଦଙ୍କ ପରିବାରକୁ ସାହାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ଜଣା ପଡିଛି | ତେବେ ବଲିଉଡର ଖିଲାଡି ଷ୍ଟାର ସର୍ବଦା ଅନ୍ୟକୁ ସାହାର୍ଯ୍ୟ କରି ଚର୍ଚ୍ଚା ସାଉଣ୍ଟୁଥିବା ବେଳେ ଏବେ ସୋନୁ ସୁଦ ମଧ୍ୟ ତାଙ୍କୁ ଅନୁସରଣ କରି ଚର୍ଚ୍ଚାକୁ ଆସିଥିବା ଜଣା ପଡିଛି | ସୋନୁ ଏବେ ସେ ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇ ହୋଇଥିବା ଜୈମଲ ସିଂହଙ୍କ ପରିବାର ଲୋକଙ୍କୁ ଭେଟି ତାଙ୍କୁ ସହାୟତାର ହାତ ବଢ଼ାଇଥିବା ଦେଖାଯାଇଛି । ପଞ୍ଜାବରେ ଜୈମଲଙ୍କ ପରିବାର ଲୋକେ ରହୁଥିବା ବେଳେ ସୋନୁ ସେମାନଙ୍କୁ ଭେଟିବା ପାଇଁ ସେଠାରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ଭେଟିବା ପରେ ସେ ଜୈମଲଙ୍କ ପୁଅର ସମସ୍ତ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି କଥା ଦେଇଥିବା ଜଣା ପଡ଼ିଛି । ଏହା ସହ ସେ ଜୈମଲଙ୍କ ଗାଁରେ ରହୁଥିବା ଗରିବ ଲୋକଙ୍କୁ ପ୍ରାୟ ୨୦୦ଟି ସାଇକେଲ ଦାନ କରିଥିବା ସାମ୍ନାକୁ ଆସିଛି । ସୋନୁ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଜୈମଲଙ୍କ ପରିବାର ସହ ଉଠାଇଥିବା ଫଟୋକୁ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଥିଲା । ଫଟୋ ସେୟାର କରି, “ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା ଜୈମଲ ସିଂହଙ୍କ ପରିବାର ପଞ୍ଜାବରେ ରହନ୍ତି । ବିବାହର ୧୬ବର୍ଷ ପରେ ଜୈମଲ ଜନ୍ମ ନେଇଥିବା ବେଳେ ଆଜି ସେ ଦେଶ ପାଇଁ ନିଜ ମାତା-ପିତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଦୟାକରି ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସନ୍ତୁ ବୋଲି ସୋନୁ ଲେଖିଥିଲେ ।

ନୂଆ ରୂପରେ ବିଗ ବି