ରାକ୍ଷସ ପୁଅ ବାପାକୁ ହତ୍ୟା କରି ଘରେ ପୋତିଲା

ବରଗଡ଼:ବରଗଡ଼ ଜିଲା ପଦ୍ମପୁରରେ ଘଟଇଚି ଏକ ଅଭାବନୀୟ ଘଟଣା । ଆଜି ସକାଳୁ ଜଣେ ଯୁବକ ନିଜ ବାପାକୁ ହତ୍ୟା କରି ଘର ଭିତରେ ମାଟି ଖୋଳି ପୋତିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ଅଭିଯୋଗ କରିଛନ୍ତି । ଯୁବକ ଜଣଙ୍କ ନିଜ ବାପାକୁ ହତ୍ୟା କରିବାେ ପରେ ଘର ଭିତରେ ପୋତି ଦେଉଥିଲା । ସୂଚନାନୁଯାୟୀ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହ ମଧ୍ୟ ଜବତ କରିଛି । ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ମାତ୍ର କୁହାଯାଉଛି ଏହା ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଟଙ୍କା ପାଇଁ ବାପାକୁ କାଠ ଫାଳିଆରେ ହତ୍ୟା କଲା ପୁଅ

ଟ୍ରିପଲ ମର୍ଡର:ଗାଁ ଦାଣ୍ଡରେ ପିଟିପିଟି ମରିଦେବା ଘଟଣା , ୯ ଅଭିଯୁକ୍ତ ଗିରଫ ଜାଣନ୍ତୁ ଅଧିକ ଖବର…