ବିଙ୍ଗ୍ ହ୍ୟୁମାନ ପରେ ବିଙ୍ଗ ଚିଲଡ୍ରେନ ନାମରେ ପାଇଣ୍ଡେଶନ ଖୋଲିବେ ସଲମାନ

ମୁମ୍ବାଇ: ସବୁବେଳେ ନଜରକୁ ଆସୁଥିବା ବଲିଉଡ ହେରୋ ସଲମାନ ଖାନ ପୁଣି ଚର୍ଚ୍ଚାକୁ ଆସିଛନ୍ତି | ବି-ଟାଉନ୍‌ର ଟାଇଗର୍, ସଲମାନ୍‌ ଖାନ୍‌ କେବଳ ବଲିଉଡର ସୁପରଷ୍ଟାର ନୁହଁନ୍ତି ସେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ ସକ୍ରିୟ । ରୋମାନ୍ସ ହେଉ କି ଆକ୍ସନ୍‌ କିମ୍ବା କମେଡ଼ି ସବୁ ପ୍ରକାରର ଅଭିନୟ କରି ଦର୍ଶକଙ୍କ ମନକୁ ଜିତିଛନ୍ତି ସଲମାନ୍‌ । ଟେଲିଭିଜନ୍‌ର ରିୟଲିଟି ଶୋ’ ‘ବିଗ୍‌ବସ୍‌’ରେ ତାଙ୍କୁ ହୋଷ୍ଟ ଭୂମିକାରେ ଦେଖିବାକୁ ମିଳେ। କେବଳ ସଲମାନଙ୍କ ପାଇଁ ଏହି ଶୋ’ର ଲୋକପ୍ରିୟତା ବେଶ୍ ଅଧିକ ରହିଛି । ଅନ୍ୟପଟେ ତାଙ୍କ SKTVର ବ୍ୟାନର ତଳେ ‘ଦ କପିଲ୍‌ ଶର୍ମା ଶୋ’ର ନୂଆ ସଂସ୍କରଣ ଆରମ୍ଭ ହୋଇଛି । ହେଲେ ଖବର ଆସୁଛି ଯେ, ସଲମାନ ଏବେ ନିଜର ଏକ ଟିଭି ଚ୍ୟାନେଲ ଖୋଲିବେ । ସଲମାନ ଖୁବ୍‌ ଶୀଘ୍ର ତାଙ୍କର ନୂଆ ଟିଭି ଚ୍ୟାନେଲ୍‌ ଲଞ୍ଚ୍‌ କରିବାକୁ ଯାଉଛନ୍ତି । ସେଥିପାଇଁ ତାଙ୍କୁ ଅନେକ କଣ୍ଟେଣ୍ଟ ଦରକାର । ଚର୍ଚ୍ଚା ହେଉଛି ଯେ, ସଲମାନ ନିଜ ବ୍ୟାନର SKTV ତଳେ ନିର୍ମିତ ‘ଦ କପିଲ ଶର୍ମା ଶୋ’କୁ ନିଜ ଚ୍ୟାନେଲକୁ ସିଫ୍ଟ କରିପାରନ୍ତି । କେବଳ ଏତିକି ନୁହେଁ, ସଲମାନ୍‌ ଖାନ୍‌ ନିଜର ଫାଉଣ୍ଡେଶନ ‘Being Human’ ପରେ ଏବେ ‘Being Children’ ନାମରେ ଆଉ ଏକ ଫାଉଣ୍ଡେଶନ୍‌ ଖୋଲିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ଫାଉଣ୍ଡେଶନ୍‌ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି ।

ନିଜ ସୋକୁ ନ ଆସିବାକୁ ସଲମାନଙ୍କୁ ବାରଣ କଲେ ଅରବାଜ ଖାନ୍