ସ୍କୁଟି ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ କଲା ଦୃର୍ବୁତ୍ତ

କଟକ: ରାଜ୍ୟରେ ଦିନକୁ ଦିନ ଅପରାଧର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳଉଛି | ତେବେ ଆଜି ପୁଣି ଏକ ଲୁଟ ହୋଇଥିବାର ସୂଚନା ମିଳିଛି | ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସ୍କୁଟି ଡିକି ଖୋଲି ଜଣେ ଦୁର୍ବୃତ୍ତ ଅଢେ଼ଇ ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି | ଏ ସ˚କ୍ରାନ୍ତରେ ମଧୁପାଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ ବିଭିନ୍ନ ସ୍ଥାନରୁ ସିସି କ୍ୟାମେରା ଫୁଟେଜ ଜବତ କରି ଘଟଣାର ତଦନ୍ତ ଚଳାଇଛି । ସୂଚନାନୁଯାୟୀ, ସଦର ଥାନା ଝିଙ୍କିରିଆର କାର୍ତ୍ତିକ ମୁଦୁଲି ଅରୁଣୋଦୟ ମାର୍କେଟ୍‌ରେ ଥିବା ଏସ୍‌ବିଆଇ ବ୍ୟାଙ୍କ ଶାଖାରୁ ଅଢେ଼ଇ ଲକ୍ଷ ଟଙ୍କା ଉଠାଇ ହିରୋ ଡୁଏଟ୍‌ ସ୍କୁଟିରେ ରଖିଥିଲେ । ଫେରିବା ସମୟରେ ଲିଙ୍କରୋଡ୍‌ରେ ଏକ ଆୟୁର୍ବେଦ ଦୋକାନ ସାମ୍‌ନାରେ ଗାଡ଼ି ରଖି ଔଷଧ କିଣିବାକୁ ଯାଇଥିଲେ । କିନ୍ତୁ ସ୍କୁଟି ଚାବି ଆଣିବାକୁ ଭୁଲିଯାଇଥିଲେ । ଅରୁଣୋଦୟ ମାର୍କେଟ୍‌ରୁ ତାଙ୍କ ପିଛା କରୁଥିବା ଦୁର୍ବୃତ୍ତମାନେ ସ୍କୁଟିର ଡିକି ଖୋଲି ସେଥିରେ ଥିବା ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏ ସ˚କ୍ରାନ୍ତରେ କାର୍ତ୍ତିକ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି । ତେବେ ଏପରି ଲୁଟୋରାଙ୍କ ପ୍ରତି ପ୍ରଶାସନ କଡାରୁ କଡା ପଦକ୍ଷେପ ନେବା ଜରୁରି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

୧୩ ଭରି ସୁନା ସହ ଚୋରକୁ କାବୁ କଲେ ମାଆ ପୁଅ