ପୁଣି ସଡକ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର

ଢେଙ୍କାନାଳ: ରାଜ୍ୟରେ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟୁଥିବାର ସୂଚନା ମିଳିଛି | ଆଜି ପୁଣି ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ସ୍କୁଟିକୁ ପଛରୁ ପିଟି ଦେଲା ଏକ ମାଲ୍‌ ବୋଝେଇ ଟ୍ରେଲର । ଏହି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଟାଙ୍ଗରପଡ଼ା ଛକରେ ।ମଦତ ବ୍ୟକ୍ତି ଜଣଙ୍କ ହେଲେ ଦ୍ୱାରିକା ବରାଳ । ଆହତମାନେ ହେଲେ ପୂର୍ଣ୍ଣ ସ୍ୱାଇଁ ଓ ଦୁର୍ଗା ଚରଣ ବରାଳ । ଏମାନେ ସମସ୍ତେ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗାଁର । ଆହତମାନଙ୍କୁ କାମାକ୍ଷନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନୂଆସାହିରେ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ୫୩ ନମ୍ବର ଜାତୀୟ ରାଜପଥରେ ଗାଁକୁ ଫେରୁଥିବା ବେଳେ ଭୁବନ ଆଡୁ ଆସୁଥିବା ଏକ ଟ୍ରେଲ୍‌ର ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦ୍ୱାରିକାଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ବାଇକକୁ ଚାପିଦେଲା ବସ ଘଟଣାସ୍ଥଳରେ ହିଁ ଦମ୍ପତ୍ତିଙ୍କର ମୃତ୍ୟୁ