ଗରିବ ପରିବାରକୁ ମିଳିବ ୭୨ ହଜାର ଟଙ୍କା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳମାନଙ୍କରେ ନିର୍ବାଚନୀ ଯୁଦ୍ଧ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି । ତେବେ ୨୦୧୯ରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଯାଇଛି ମହାସମର । ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ମଇଦାନକୁ ଓଲହାଇବା ପାଇଁ ସିପାହୀ ପ୍ରସ୍ତୁତ କରିସାରିଛନ୍ତି । ଲୋକଙ୍କ ନିକଟତର ହେବାପାଇଁ ଏବେ ପ୍ରତିଶ୍ରୁତିର ସୁଅ ଛୁଟିବାରେ ଲାଗିଛି ।
ତେବେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ଗରିବି କାର୍ଡ଼ ଆରମ୍ଭ କରିଥିବାର ସୂଚନା ମିଳିଛି । ଦେଶର ୨୫ ଲକ୍ଷ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ରାହୁଲ ଗାନ୍ଧୀ ଏହି ପଦକ୍ଷେପ ନେଇଥିବାର ଜଣାପଡିଛି । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ ୭୨ ହଜାର ଟଙ୍କା ଦେବ ବୋଲି ରାହୁଲ କହିଛନ୍ତି । ନିଜର ଜେଜେ ମା ଇନ୍ଦିରା ଗାନ୍ଧୀଙ୍କ “ଗରିବୀ ହଟାଓ” ନାରା ଆଧାରରେ ରାହୁଲ ଦେଶରୁ ଗରିବୀ ହଟାଇବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସର୍ବନିମ୍ନ ଆୟର ଏହି ଯୋଜନାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ଏବଂ ଗରିବୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଏହି ଟଙ୍କା ଯିବ । କଂଗ୍ରେସର ଏହି ଯୋଜନାକୁ ମନେରଗା ପାର୍ଟ-୨ କୁହାଯାଉଛି । ଯେଉଁ ପରିବାରର ମାସିକ ଆୟ ୧୨ ହଜାରରୁ କମ ସେହି ପରିବାରର ବ୍ୟାଙ୍କ ଖାତାକୁ ୭୨ ହଜାର ଟଙ୍କା ଯିବ । ଦେଶର ୫ କୋଟି ପରିବାର ଓ ୨୫ କୋଟି ଲୋକଙ୍କୁ ଏହି ଯୋଜନାର ଫାଇଦା ସିଧା ମିଳିବ ବୋଲି କହିଛନ୍ତି ରାହୁଲ । ସର୍ବନିମ୍ନ ଆୟ ଯୋଜନା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । କଂଗ୍ରେସ ଏହି ଯୋଜନାର ନାମ ରଖିଛି ‘ଏନୱାଇଏୱାଇ’ । ତେବେ ଏବେ ଦେଖିବା ପାଇଁ ବାକି ରହିଲା ରାହୁଲ ଗାନ୍ଧୀ ଏହି ଯୋଜନା ଆଳରେ ଲୋକଙ୍କୁ ଆକର୍ଷିତ କରିପାରୁଛନ୍ତି ନା ଏହି ପ୍ଲାନ ମଧ୍ୟ ତାଙ୍କର ଫେଲ ମାରିବ ।

ରାହୁଲଙ୍କ ମତକୁ ନବୀନ କହିଲେ ବକୱାସ୍, ଉଠାଇଲେ କେନ୍ଦ୍ରୀୟ ଅବହେଳା କଥା