ବ୍ଲୁହ୍ୱେଲ ପରେ ପବଜି ଗେମ ହେଲା କାଳ, ଟ୍ରେନରେ କଟି ଦୁଇ ଯୁବକ ମୃତ

ମୁମ୍ବାଇ: ଦେଶରେ ଗୋଟେ ପରେ ଗୋଟେ ଭିଡିଓ ଗେମ କାଳ ସାଜୁଥିବାର ଦେଖିବାକୁ ମିଳୁଛି | ତେବେ କିଛି ମାସ ପୂର୍ବରୁ ବ୍ଲୁହ୍ବେଲ ଖେଳ ଆତଙ୍କ ମଚାଇଥିବା ବେଳେ ଏବେ ପବଜି ଗେମ ଆତଙ୍କ ସୂଷ୍ଟି କରିଥିବାର ଜଣା ପଡିଛି | ତେବେ ଏହି ପବଜି ଗେମ ଖିଲେ ଆଜି ଦୁଇ ଯୁବକ ଟ୍ରେନରେ କଟିଯାଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ହିମୋଲିରେ | ସୂଚନା ଅନୁଯାୟୀ, ରେଳଧାରଣା ପାଖରେ ଦୁଇଜଣ ଯୁବକ ମୋବାଇଲରେ ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଖେଳୁଥିଲେ । ସେହି ସମୟରେ ସେମାନଙ୍କ ପାଖରେ ଟ୍ରେନ୍‌ ଧକ୍କା ଦେଇଥିଲା | ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା |
ମୃତ ଦୁଇ ଯୁବକ ହେଲେ ନାଗେଶ ମୋରେ ଓ ସ୍ୱପ୍ନିଲ । ସେମାନଙ୍କୁ ହାଇଦ୍ରାବାଦ୍‌-ଆଜମେର ଟ୍ରେନ୍‌ ଧକ୍‌କା ଦେଇଥିଲା । ଦୁଇ ମୃତ ଦେହକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବର ବ୍ୟବଚ୍ଛେଦ କରାଇଥିିଲେ ଓ ଏକ ଦୁର୍ଘଟଣାଜନିତ ମାମଲା ରୁଜ୍ଜୁ କରିଥିଲା । ଉଲ୍ଲେଖନୀୟ, ଆଗରୁ ପବଜି ଖେଳ ଖେଳି କେତେକଙ୍କର ଜୀବନ ଯାଇଥିବା ଖବର ମଝିରେ ମଝିରେ ମିଳିଥିଲା, ଏଥିପ୍ରତି ଯୁବସମାଜ ଧ୍ୟାନ ଦେଉନଥିବାରୁ ଏପରି ଅଭାନୀୟ ଘଟଣା ଘଟିଥିବାର ସୂଚନା ମିଳୁଛି |
https://www.onakhabar.com/soldier-killed-3-injured-in-ceasefire-violation-in-jks-rajouri-district/