ପ୍ରିୟଙ୍କା ଆଦୌ ଭଲ ସ୍ତ୍ରୀ ନିହଁନ୍ତି କହିଲେ ନିକ, କାହିଁକି କହିଲେ ଜାଣନ୍ତୁ ଏହି ଖବରରୁ…

ମୁମ୍ବାଇ: ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ଦେଖିବାକୁ ମିଳେ | ତେବେ ସେ ବିବାହ ପରେ ବେଶୀ ଚର୍ଚ୍ଚାକୁ ଆସିଛନ୍ତି | ତେବେ ନିକଟରେ ସ୍ୱାମୀ ନିକ୍‌ ଜୋନସ୍‌ ଏକ ଦାମୀ କାର୍‌ ପ୍ରିୟଙ୍କାଙ୍କୁ ଗିଫ୍ଟ କରିଥିଲେ । ଯାହାର ଫଟୋ ପ୍ରିୟଙ୍କା ସୋଶାଲ୍‌ ମିଡିଆରେ ସେୟାର କରି ନିକ୍‌ଙ୍କୁ ଦୁନିଆର ସବୁଠୁ ଭଲ ସ୍ୱାମୀ କହିଥିଲେ । ଏବେ ପ୍ରିୟଙ୍କାଙ୍କୁ ନିକ୍‌ ଆଉ ଏକ ଉପହାର ଦେଇଛନ୍ତି । ପ୍ରିୟଙ୍କାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଟୋରେ ନିକ୍‌ ହାର୍ଟ ସିମ୍ବଲ୍‌ ଦେଇ ପ୍ରିୟଙ୍କାଙ୍କ ହୃଦୟ ଜିତି ନେଇଛନ୍ତି । ସେପଟେ ଦେଶୀ ଗର୍ଲ ନିକ୍‌ଙ୍କୁ ନେଇ କିଛି ଖୁଲାସା କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ନିଜେ ଜଣେ ଭଲ ସ୍ତ୍ରୀ ନୁହନ୍ତି ବୋଲି କହିଛନ୍ତି । ପ୍ରିୟଙ୍କା ଚୋପ୍ରା ଏବିସି ଚାଟ୍‌ ଶୋ ‘ଦ ଭ୍ୟୁ’ରେ ନିକ୍‌ ଜୋନସ୍‌ଙ୍କ ସହ ବିବାହ ଏବଂ ମ୍ୟୁଜିକ୍‌ ଭିଡିଓ ‘ସକର’ ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ସେ ଖାଇବା ତିଆରି କରିପାରନ୍ତି ନାହିଁ ବୋଲି କହିଥିଲେ । ଯେତେବେଳେ ନିକ୍‌ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେ ସେତେବେଳେ ତାଙ୍କୁ ଏକଥା ଜଣାଇଥିଲେ । ତେବେ ତାଙ୍କର ଏହି ନଟଖନ ଷ୍ଟୋରୀରୁ ଦେଖିବାକୁ ମିଳୁଛି କେତେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି |

କିସ ଭିଡିଓ ହେଲା ଭାଇରାଲ