ହୋଲି ଖେଳିସାରିବା ପରେ କିପରି ଛଡ଼ାଇବେ ରଙ୍ଗ, ଜାଣନ୍ତୁ କଣ ରହିଛି…

ଭୁବନେଶ୍ୱର(ଓଏନଏ) : ପଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଏନେଇ ସମସ୍ତଙ୍କ ମନରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ପିଲାମାନେ ଏହି ଦିନକୁ ବ୍ୟଗ୍ରତାର ସହକାରେ ଚାହିଁ ବସିଥାଆନ୍ତି । ହେଲେ ଆମର କିଛି ଅସାବଧାନତା ଯୋଗୁଁ ଆନନ୍ଦ ଓ ଉଲ୍ଲାସର ଏହି ଦିନଟି ଆମ ପାଇଁ ଦୁଃଖର କାରଣ ପାଲଟିଯାଏ । ତେଣୁ ରଙ୍ଗ ଖେଳିବା ବେଳେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ । ଏଥିସହିତ ଦେହରେ ଲାଗିଥିବା ରଙ୍ଗକୁ ଛଡ଼ାଇବାର ସଠିକ ଉପାୟ ମଧ୍ୟ ଜାଣିରଖିବା ଆବଶ୍ୟକ । ନଚେତ ଚର୍ମ ଖରାପ ହେବା ସହ ଆହୁରି ଅନେକ ଚର୍ମରୋଗ ଦେଖା ଦେବ । ତେବେ ଆସନ୍ତୁ ଜାଣିବା ରଙ୍ଗ ଛଡ଼ାଇବା ପାଇ ସହଜ ଉପାୟ ବିଷୟରେ..
. ରଙ୍ଗର କୁପ୍ରଭାବରୁ ବର୍ତ୍ତିବା ପାଇଁ ଓ ସହଜରେ ରଙ୍ଗ ଛଡ଼ାଇବା ପାଇଁ ପ୍ରଥମେ ରଙ୍ଗ ଖେଳିବା ପୂର୍ବରୁ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ସାରା ଦେହରେ ମାଲିସ କରି ଦିଅନ୍ତୁ । ଏହାଦ୍ୱାରା ରଙ୍ଗ ଦେହରେ ସହଜରେ ଲାଗି ରହିବନାହିଁ ଓ ସାବୁନ ଲଗାଇବା ମାତ୍ରେ ହିଁ ରଙ୍ଗ ଛାଡ଼ିଯିବ ।
.ଯଦି ଆପଣ ସମ୍ପୂର୍ଣ୍ଣ ଶରୀରରେ ବହୁତ ମାତ୍ରାରେ ରଙ୍ଗ ଲାଗିଯାଇଛି, ତେବେ ସାୱାର କିମତବା ଚାଲୁଥିବା ପାଣି ତଳେ ୧୦ ମିନିଟ ଠିଆ ହୋଇଯାଆନ୍ତୁ । ଏହାଦ୍ୱାରା ରଙ୍ଗ ଛଡ଼ାଇବା ସହଜ ହୋଇଥାଏ ।
.ତ୍ୱଚାରେ ଲାଗିଥିବା ରଙ୍ଗ ଛଡ଼ାଇବା ପାଇଁ ଅଧିକ ସ୍କ୍ରବ କରନ୍ତୁ ନାହିଁ । ଏହାଦ୍ୱାରା ତ୍ୱଚା ଖରାପ ଓ ଶୁଷ୍କ ହୋଇଯାଏ ।
. ସାଧାରଣ ସାବୁନରେ ରଙ୍ଗ ଛଡ଼ାଇବା ପରିବର୍ତ୍ତେ ଲିକ୍ୱିଡ ସୋପ ବା ବଡି ୱାସର ବ୍ୟବହାର କରନ୍ତୁ । ଏହାଦ୍ୱାରା ଆପଣଙ୍କ ତ୍ୱଚାର ନମନୀୟତା ବଜାୟ ରହିବା ସହ ମଧ୍ୟ ଶ୍ରୀଘ୍ର ଛାଡ଼ିଯିବା । ଏହାପରେ ହର୍ବାଲ ଫେସପ୍ୟାକ ଚେହେରାରେ ଲଗାନ୍ତୁ । ଏହାଦ୍ୱାରା କୌଣସି ପ୍ରକାରର ଆଲର୍ଜି ହେବନାହିଁ ।
. ଚେହେରାରୁ ରଙ୍ଗ ଛଡ଼ାଇବା ପାଇଁ ତୁଳାରେ ଅଲିଭ ଅଏଲ ନେଇ ଧିରେ ଧିରେ ରଙ୍ଗ ଛଡ଼ାନ୍ତୁ । ଏହାପରେ ଥଣ୍ଡା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ ।

ହୋଲି ପର୍ବର ଧାର୍ମିକ ମହତ୍ତ୍ୱ ଜାଣନ୍ତୁ